fbpx

T-20 ଇତିହାସର ୮ଟି ଅଜବ ସଂଯୋଗ! ୨୦୦୭ରୁ ୨୦୨୪ ବିଶ୍ୱକପ ଫାଇନାଲରେ ଅଲରାଉଣ୍ଡର ଓ ୱିକେଟ କିପର ମ୍ୟାଚକୁ ଜିତାଇଥିଲେ

Advertisement

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ବାରବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ଏଥର କିଏ ବିଶ୍ୱ ଚାମ୍ପିୟନ ହେବ ତାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିବା ବେଳେ ଏହା ମଧ୍ୟରେ ଟି-୨୦କୁ ନେଇ ସାମ୍ନାକୁ ଆସିଛି ୮ଟି ଅଜବ ସଂଯୋଗ । ଗତ ୨୦୦୭ରୁ ୨୦୨୨ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ କି ବୋଲର ମ୍ୟାଚକୁ ବିଜୟୀ କରାଇ ପାରିନଥିଲେ । ଫାଇନାଲ ମ୍ୟାଚରେ ଜଣେ ଜଣେ ୱିକେଟ କିପର ବା ଅଲରାଉଣ୍ଡର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ବିରଳ ସଂଯୋଗ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଟି-୨୦ ବିଶ୍ୱକପରେ ଗତ ୮ଟି ଫାଇନାଲ ମୁକାବିଲାରେ ଜଣେ ଅଲରାଉଣ୍ଡର ବା ୱିକେଟ କିପରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ତେଣୁ ଗତ ୮ଟି ବିଶ୍ୱକପ ଫାଇନାଲ ମାଚର ସଂଯୋଗ ଯଦି ଏଥର ଦେଖିବାକୁ ମିଳେ ତାହା ନିଶ୍ଚିତ ଭାବେ ଚିନ୍ତାଜନକ । କାରଣ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଷ୍ଟାର ବ୍ୟାଟ୍ସମ୍ୟାନ କମାଲ ଦେଖାଇ ନ ପାରନ୍ତି । ସେହିପରି ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବଙ୍କ ପରି ବୋଲର ମଧ୍ୟ ଫିକା ପଡ଼ିପାରନ୍ତି । ଏପରି ସ୍ଥିତିରେ ୱିକେଟ କିପର ଋଷଭ ପନ୍ତ ଓ ଅଲାରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବିନ୍ଦ୍ର ଜାଡ଼େଜା ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଇ ପାରନ୍ତି ।

୨୦୦୭ ଟି-୨୦ ବିଶ୍ୱକପ: ଫାଇନାଲରେ ଇରଫାନ ପଠାନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

୨୦୦୯ ଟି-୨୦ ବିଶ୍ୱକପ: ଫାଇନାଲରେ ଶାହିଦ ଅଫରିଦୀ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

୨୦୧୦ ଟି-୨୦ ବିଶ୍ୱକପ: ଫାଇନାଲରେ କ୍ରେଗ କୀସୱେଟର ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ୱିକେଟ କିପର-ବ୍ୟାଟ୍ସମ୍ୟାନ ଥିଲେ ।

୨୦୧୨ ଟି-୨୦ ବିଶ୍ୱକପ: ଫାଇନାଲରେ ମାର୍ଲୋନ ସାମୁଅଲ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

୨୦୧୪ ଟି-୨୦ ବିଶ୍ୱକପ: ଫାଇନାଲରେ କୁମାର ସାଙ୍ଗାକାରା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ୱିକେଟ କିପର-ବ୍ୟାଟ୍ସମ୍ୟାନ ଥିଲେ ।

୨୦୧୬ ଟି-୨୦ ବିଶ୍ୱକପ: ଫାଇନାଲରେ ମାର୍ଲୋନ ସାମୁଅଲ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

୨୦୨୧ ଟି-୨୦ ବିଶ୍ୱକପ: ଫାଇନାଲରେ ମିଚେଲ ମାର୍ଶ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

୨୦୨୨ ଟି-୨୦ ବିଶ୍ୱକପ: ଫାଇନାଲରେ ସାମ କରନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ, ଯେ କି ଜଣେ ଅଲରାଉଣ୍ଡର ଥିଲେ ।

Get real time updates directly on you device, subscribe now.