fbpx

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ହୋଇଛି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ପୁରୁଣା ଦରରେ ଆଦାୟ ହେବ ହୋଲ୍ଡିଂ ଟିକସ । ମନ୍ତ୍ରୀ କହିଛନ୍ତି ଯେ, ‘ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ବର୍ଦ୍ଧିତ ଟ୍ୟାକ୍ସ ସ୍ଥଗିତ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ପୁରୁଣା ଦରରେ ଟିକସ ଆଦାୟ ହେବ । ‘ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.