fbpx

ଆଜିଠୁ ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ବ୍ୟାଟିଂ ବିଫଳତା ଦୂର କରିବ ଘରୋଇ ଦଳ

ଲିଡ୍ସ (ହେଡିଙ୍ଗଲେ): ବୁଧବାରଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ।  ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରି ୧-୦ରେ ଆଗୁଆ ଥିବା ଭାରତ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଅନୁରୂପ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି । ତେବେ ସମସ୍ତଙ୍କ ନଜର ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିଛି । କାରଣ ଗତ ଦୁଇ ବର୍ଷଧରି ସେ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରି ନ ଥିବା ବେଳେ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ଅତି ନିମ୍ନମାନର ବ୍ୟାଟିଂ କରି ଆସୁଛନ୍ତି । ଦଳର ମିଡିଲ ଅର୍ଡର ବ୍ୟାଟିଂ ତାଙ୍କ ଉପରେ ନିର୍ଭର କରୁଥିବା ବେଳେ ସେ କୌଣସି ଇଂନିସରେ ୫୦ ରନ ଛୁଇଁବା ସମ୍ଭବ ହୋଇ ପାରିନାହାନ୍ତି । ତେଣୁ ତାଙ୍କର ବିଫଳତା ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ବଡ ପ୍ରଭାବ ପକାଉଛି । ତେଣୁ ତୃତୀୟ ଟେଷ୍ଟରେ ତାଙ୍କଠାରୁ ଏକ ବଡ ଇଂନିସ ଆଶା କରାଯାଏ ।

ସେହିପରି ଦୁଇ ଓପନର ରୋହିତ ଓ ରାହୁଲ ପୂର୍ବ ଦୁଇ ଟେଷ୍ଟ ପରି ତୃତୀୟ ଟେଷ୍ଟରେ ନିଜର ସଫଳତା ଦୋହରାଇବା ଏକାନ୍ତ ଜରୁରି । ନଚେତ ଭାରତର ରନ ସଂଗ୍ରହ ଉପରେ କପ୍ରଭାବ ପଡିବ । ଅନ୍ୟ ପକ୍ଷରେ ପୁରୁଖା ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ଗତ ଦୁଇ ଟେଷ୍ଟରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ପ୍ରଥମ ଟେଷ୍ଟ ଅପେକ୍ଷା ଦ୍ୱିତୀୟ ଟେଷ୍ଟରେ ପୂଜାରା ସାମନ୍ୟ ଭଲ ଖେଳିଥିଲେ ହେଁ ତାଙ୍କ ଠାରୁ ଆହୁରି ଅଧିକ ଭଲ ଆଶା କରାଯାଏ । ଭାରତୀୟ ପେସ୍‌ ବୋଲରଙ୍କ ସଫଳତା ବଳରେ ଭାରତ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ଜୋରଦାର ଲଢ଼େଇ କରିବା ସହିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ପାରିଥିଲା । ତେଣୁ ତୃତୀୟ ଟେଷ୍ଟରେ ମଧ୍ୟ ସେମାନଙ୍କ ଠାରୁ ଅନୁରୂପ ସଫଳତା ଆଶା କରା ଯାଉଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନୀ ଖେଳିବା ସମ୍ଭାବନା ରହିଛି । ତେବେ ଚୂଡାନ୍ତ ଭାରତୀୟ ଦଳ ଗଠନ ନେଇ କୌଣସି ସୂଚନା ମିଳିନି । ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ସନ୍ତୋଷ ଜନକ ଥିବା ଦୃଷ୍ଟିରୁ ତାଙ୍କୁ ପରିବର୍ତ୍ତନ କରାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି ।

ଅନ୍ୟ ପକ୍ଷରେ ଭାରତୀୟ ଦଳର ଅନ୍ୟତମ ପେସ୍‌ ବୋଲର ଶାର୍ଦ୍ଦୁଳ ଠାକୁର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଥିଲେ ହେଁ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ଖେଳିଥିବା ମହମଦ ସାମି ,ଯଶପ୍ରୀତ ବୁମରା ,ମହମଦ ସିରାଜ ଓ ଇଶାନ୍ତ ଶର୍ମାଙ୍କୁ ନେଇ ତୃତୀୟ ଖେଳିବାକୁ କୋହଲି ଓ ଦଳର ମ୍ୟାନେଜମେଣ୍ଟ ଚାହୁଁଛନ୍ତି । ତେଣୁ ଶାର୍ଦ୍ଦୁଳ ଠାକୁର ତୃତୀୟ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ । ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ଖେଳିବା ସୁଯୋଗ ପାଇବେ ନାହିଁ ବୋଲି ଜଣା ପଡିଛି ।

ଇଂଲଣ୍ଡ ଦଳ ପାଇଁ ଅନେକ ସମସ୍ୟା ରହିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ଖେଳିଥିବା ଦଳରେ ସାମନ୍ୟ ପରିବର୍ତ୍ତନ କରାଯିବା ସହିତ କେତେକ ନୂଆ ଖେଳାଳିଙ୍କୁ ତୃତୀୟ ଟେଷ୍ଟ ପାଇଁ ଦଳରେ ସାମିଲ କରା ଯାଇଛି ।ଏଥି ସହିତ ନିଜର ବ୍ୟାଟିଂ ବିଫଳତା ଦୂର କରିବ ଇଂଲଣ୍ଡ ଟିମ୍।

Get real time updates directly on you device, subscribe now.