fbpx

ICC ODI Rankingରେ ପାକିସ୍ତାନ ବିରୋଧରେ ନିଜର ସ୍ଥିତି ମଜବୁତ କଲା ଭାରତ, ଟପ୍-୩ରେ ସାମିଲ୍ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜକୁ କ୍ଲିନ୍ ସୁଇପ୍ କରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ନିଜର ସ୍ଥିତି ଆହୁରି ମଜବୁତ କରିଛି। ଘରୋଇ ଓ୍ଵେଷ୍ଟଇଣ୍ଡିକୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩-୦ରେ ମାତ୍ ଦେବା ପରେ ଭାରତ ୧୧୦ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୧୨୮ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ଥିବା ବେଳେ ୧୧୯ ପଏଣ୍ଟ ସହ ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି। ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ଋଷଭ ପନ୍ତଙ୍କ ପରି ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଓ୍ଵେଷ୍ଟଇଣ୍ଡିକୁ ତାରି ମାଟିରେ କ୍ଲିନ ସୁଇପ୍ କରିବାରେ ପ୍ରଥମ ଦଳ ହୋଇ ପାରିଛି।

ଏହି ଧମାକାଦାର ବିଜୟ ପରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନଠୁ ଚାରି ପଏଣ୍ଟ ଅଗ୍ରଣୀ ହାସଲ କରି ପାରିଛି। ପାକିସ୍ତାନ ୧୦୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଓ୍ଵେଷ୍ଟଇଣ୍ଡିଜ ଲଗାତାର ନଅଟି ମୁକାବିଲା ହାରିବା ପରେ ଦିନିକିଆ ମାନ୍ୟତାର ନବମ ସ୍ଥାନରେ ରହିଛି।

ଦିନିକିଆ କ୍ରିକେଟରେ ଭାରତ ଚଳିତ ବର୍ଷର ଆରମ୍ଭ ପରାଜୟରୁ କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୦-୩ରେ ପରାଜିତ ହୋଇଥିଲା। ଏହା ପରେ ଭାରତ ଘରୋଇ ମାଟିରେ ଓ୍ଵେଷ୍ଟଇଣ୍ଡିଜକୁ କ୍ଲିନ୍ ସୁଇପ୍ କରିବା ପରେ ଇଂଲଣ୍ଡକୁ ତାରି ମାଟିରେ ୨-୧ରେ ହରାଇଛି। ଆଉ ଏବେ ଓ୍ଵେଷ୍ଟଇଣ୍ଡିଜ ତାରି ମାଟିରେ ୩-୦ରେ ଦିନିକିଆ ସିରିଜ୍ ହରାଇଛି। ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଭାରତ ୯ଟି ଦିନିକିଆରୁ ୮ଟି ଜିତି ପାରିଛି।

ଆଇସିସି ଦିନିକିଆ ରାଙ୍କିଙ୍ଗ(ଜୁଲାଇ ୨୮ ସୁଦ୍ଧା)

୧ – ନ୍ୟୁଜିଲାଣ୍ଡ- ୧୨୮ ପଏଣ୍ଟ
୨ – ଇଂଲଣ୍ଡ- ୧୧୯ ପଏଣ୍ଟ
୩- ଭାରତ- ୧୧୦ ପଏଣ୍ଟ
୪- ପାକିସ୍ତାନ- ୧୦୬ ପଏଣ୍ଟ
୫- ଅଷ୍ଟ୍ରେଲିଆ- ୧୦୧ ପଏଣ୍ଟ
୬ – ଦକ୍ଷିଣ ଆଫ୍ରିକା- ୧୦୧ ପଏଣ୍ଟ
୭- ବାଂଲାଦେଶ- ୯୮ ପଏଣ୍ଟ
୮- ଶ୍ରୀଲଙ୍କା- ୯୨ ପଏଣ୍ଟ
୯- ଓ୍ଵେଷ୍ଟଇଣ୍ଡିଜ- ୬୯ ପଏଣ୍ଟ
୧୦- ଆଫଗାନିସ୍ତାନ- ୬୯ ପଏଣ୍ଟ

Get real time updates directly on you device, subscribe now.