fbpx

ପଡୋଶୀ ରାଷ୍ଟ୍ରକୁ ଭାରତର ସହାୟତା: ସଙ୍କଟ ସମୟରେ ଶ୍ରୀଲଙ୍କା ପାଇଁ ପଠାଇଲା ୧୧ ହଜାର ଟନ ଚାଉଳ

Advertisement

କଲମ୍ବୋ: କୁହାଯାଏ ବିପଦ ସମୟରେ ଯିଏ ସାହା ହୁଏ, ସେ ହିଁ ପ୍ରକୃତ ବନ୍ଧୁ । ଆଉ ଆଜି ଏହି ବନ୍ଧୁ ଏବଂ ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ ପାଲଟିଛି ଭାରତ । ନିଜକୁ ଦେବାଳିଆ ଘୋଷଣା କରି ସାରିଥିବା ଶ୍ରୀଲଙ୍କା ପାଇଁ ଏକ ଛୋଟ ସାହାଯ୍ୟର ହାତ ବଢାଇଛି ଭାରତ । ଆର୍ଥିକ ସଙ୍କଟ ଦେଇ ଦେଶ ଗତି କରୁଥିବା ବେଳେ ଭାରତ ଖାଦ୍ୟ ପାଇଁ ଚିନ୍ତାକୁ ସାମାନ୍ୟ ଦୂର କରିବାକୁ ଚେଷ୍ଟା କରିଛି । ଶ୍ରୀଲଙ୍କାର ଏପରି ପରିସ୍ଥିତିରେ ଭାରତ ପଠାଇଛି ୧୧ ହଜାର ଟନ ଚାଉଳ ।

ଆସନ୍ତା ୧୩ ଏବଂ ୧୪ ତାରିଖରେ ସିଂହଳୀ ଏବଂ ତାମିଲମାନେ ନବବର୍ଷ ପାଳନ କରିବେ । ଏହି ପର୍ବ ଶ୍ରୀଲଙ୍କା ପାଇଁ ଏକ ବଡ ପର୍ବ ହୋଇଥିବାରୁ ଏହାପୂର୍ବରୁ ଚାଉଳ ପହଞ୍ଚାଇ ଦେଇଛି ଭାରତ । ଏ ନେଇ ଭାରତର ଉଚ୍ଚ ଆୟୋଗ ଏକ ବୟାନ ଜାରି କରି କହିଛନ୍ତି । ପଡୋଶୀ ରାଷ୍ଟ୍ରର ପରିସ୍ଥିତି ଅନୁଯାୟୀ, ଭାରତ ତରଫରୁ ୪୦,୦୦୦ଟନ ଚାଉଳ ପଠାଯାଇଛି । କ୍ରେଡିଟ ଲାଇନ ଅନୁସାରେ ଏହା ହେଉଛି ଭାରତରୁ ଶ୍ରୀଲଙ୍କାକୁ ପ୍ରଥମ ପ୍ରମୁଖ ଖାଦ୍ୟ ସହାୟତା । ସେଠାକାର ଲୋକେ ଅଭାବ ଏବଂ ଅନାହାରରେ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି । ଏତିସହିତ ଅତ୍ୟବାଶ୍ୟକ ସାମଗ୍ରୀ ପାଇଁ ୧ ଆରବ ଡଲାରର ଋଣ ସହାୟତା ମଧ୍ୟ ଯୋଗାଇ ଦେଇଛି ।

Get real time updates directly on you device, subscribe now.