fbpx

ଭାରତ-ମାଳଦ୍ୱୀପ ମଧ୍ୟରେ ୬ ଚୁକ୍ତି ସ୍ୱାକ୍ଷର, ମାଳଦ୍ୱୀପକୁ ୧୦୦ ମିଲିୟନ୍‌ ଆମେରିକୀୟ ଡଲାର ଦିଆଯିବ ସହାୟତା

Advertisement

ନୂଆଦିଲ୍ଲୀ : ମଙ୍ଗଳବାର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିର୍ଯ୍ୟୟ ପରିଚାଳନା ଏବଂ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମାଲଦ୍ୱୀପକୁ ୧୦୦ ମିଲିୟନ୍‌ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ସମସ୍ତ ପ୍ରକଳ୍ପ ଠିକ୍‌ ସମୟରେ ଶେଷ ହୋଇପାରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱୂର୍ଣ୍ଣ ସମ୍ପର୍କକୁ ନେଇ ଏକ ନୂତନ ଶକ୍ତି ଆସିଛି ଏବଂ ନିକଟତରତା ବୃଦ୍ଧି ପାଇଛି ।

ସେ କହିଛନ୍ତି, ‘କୋଭିଡ ମହାମାରୀ ଦ୍ୱାରା ଆହ୍ୱନ ସତ୍ତେ୍ୱ ଆମର ସହଯୋଗ ଏକ ବ୍ୟାପକ ଭାଗିଦାରୀ ରୂପେ ଗ୍ରହଣ କରୁଛି ।’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ମହାସାଗରରେ ଅନ୍ତର୍ଜାତୀୟ ଅପରାଧ, ଆତଙ୍କବାଦ ଏବଂ ଡ୍ରଗ୍‌ କାରବାରର ବିଦ ଗୁରୁତର । ଶାନ୍ତି ପାଇଁ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗୁରୁତ୍ୱୂର୍ଣ୍ଣ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତ-ମାଳଦ୍ୱୀପ ସହଭାଗିତା କେବଳ ଉଭୟ ଦେଶର ନାଗରିକଙ୍କ ସ୍ୱାର୍ଥରେ କାମ କରୁନାହିଁ, ବରଂ ଏହା ସ୍ଥିରତାର ଉତ୍ସ ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଳଦ୍ୱୀପର କୌଣସି ଆବଶ୍ୟକତା କିମ୍ବା ସଙ୍କଟକୁ ନେଇ ଭାରତ ସହଯୋଗର ହାତ ବଢାଇଛି ଏବଂ ଏହା ଜାରି ରଖିବ । ମାଳଦ୍ୱୀପ ରାଷ୍ଟ୍ର ତି ସୋଲିହ କହିଛନ୍ତି ଯେ ଆତଙ୍କବାଦର ମୁକାବିଲା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

Get real time updates directly on you device, subscribe now.