fbpx

ଭାରତର ବଡ଼ କମାଲ୍: ବ୍ରିଟେନକୁ ପଛରେ ପକାଇ ହେଲା ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ଭାରତକୁ ବଡ଼ ସଫଳତା । ବ୍ରିଟେନକୁ ପଛରେ ପକାଇ ଏବେ ଦୁନିଆର ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଛି ଭାରତ । ବ୍ରିଟେନ୍ ଏବେ ଷଷ୍ଠ ସ୍ଥାନକୁ ଖସିଛି । ଗଣନା ଆମେରିକୀୟ ଡଲାର ଆଧାରରେ କରାଯାଇଛି । ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(IMF) ର ଆକଳନ ଅନୂଯାୟୀ, GDP ତଥ୍ୟ ଆଧାରରେ ଭାରତ ପ୍ରଥମ ତ୍ରୈମାସିକରେ ନିଜର ପ୍ରଗତିକୁ ଆହୁରି ମଜବୁତ କରଛି ।

ତେବେ ଷଷ୍ଠ ସ୍ଥାନକୁ ଖସିବା ବ୍ରିଟେନ୍ ସରକାରଙ୍କ ପାଇଁ ବଡ଼ ଝଟକା ହୋଇପାରେ । ବ୍ରିଟେନରେ ହେବାକୁ ଥିବା ନୂଆ ସରକାରଙ୍କ ପାଇଁ ମଧ୍ୟ ଏହା ଚାଲେଞ୍ଜ ହୋଇପାରେ । ଅନ୍ୟପଟେ ବିଶେଷଜ୍ଞଙ୍କ କହିବା ଅନୂଯାୟୀ ବର୍ତ୍ତମାନର ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ବିକାଶ ଦର ୭ ପ୍ରତିଶତରୁ ଅଧିକ ହୋଇପାରେ ।

ଭାରତ ଏବଂ ବ୍ରିଟେନ୍ ର ଆର୍ଥନୀତିକୁ ଦେଖିଲେ  । ଆଇଏମଏଫର ତଥ୍ୟ ଅନୂଯାୟୀ, ମାର୍ଚ୍ଚ ତ୍ରୈମାସିକ ରେ ଭାରତର ଅର୍ଥବ୍ୟବସ୍ଥା ୮୫୪.୭ ଅରବ ଡଲାର ଥିଲା । ସେହିପରି ବ୍ରିଟେନ୍ ର ଅର୍ଥବ୍ୟବସ୍ଥା ୮୧୬ ଅରବ ଡଲାର ରହିଥିଲା । ତଥ୍ୟରେ ରହିଛି ଯଦିବା ବିଶ୍ୱର ଅର୍ଥବ୍ୟବସ୍ଥା ମାନ୍ଦା ଏବଂ ଦରବୃଦ୍ଧି ଯୋଗୁଁ ଚିନ୍ତିତ, କିନ୍ତୁ ଭାରତୀୟ ଅର୍ଥବ୍ୟବସ୍ଥା ଏହି ସବୁ ଚାଲେଞ୍ଜ ପରେ ବି ଦ୍ରୃତ ଭାବରେ ଆଗକୁ ବଢ଼ିଛି ।

ଚଳିତ ସପ୍ତାହରେ ଜାରି ତ୍ରୈମାସିକରେ ଜିଡିପିର ଅଫିସିଆଲ ତଥ୍ୟ ଅନୂଯାୟୀ ଜୁନ୍ ୨୦୨୨ ତ୍ରୈମାସିକ ଭାରତୀୟ ଅର୍ଥବ୍ୟବସ୍ଥା ୧୩.୫ ପ୍ରତିଶତ ସହ ବୃଦ୍ଧି ହୋଇଛି ।

Get real time updates directly on you device, subscribe now.