fbpx

Indian Airforceରେ ନିଯୁକ୍ତି ସୁଯୋଗ, ୩୦ ଦିନ ଭିତରେ କରିପାରିବେ ଆବେଦନ, ଜାଣନ୍ତୁ ଚୟନ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଭାରତୀୟ ବାୟୁସେନା(IAF)ରେ ଭର୍ତ୍ତି ହେବା ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିଶେଷ କରି ଆପଣ ଦଶମ ଏବଂ ଦ୍ୱାଦଶ ପାସ୍ କରିଥିଲେ ଭାରତୀୟ ବାୟୁସେନାରେ ଗ୍ରୁପ୍‌-‘ସି’ ସିଭିଲିଆନ୍ ପଦବୀ ପାଇଁ ବମ୍ପର ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ପ୍ରାର୍ଥୀ ଜଣଙ୍କୁ ଅଫିସିଆଲ ୱେବସାଇଟ୍ indianairforce.nic.inକୁ ଯାଇ ଆବେଦନ କରିପାରିବେ ।

ଭାରତୀୟ ବାୟୁସେନାରେ ମୋଟ ୧୮୨ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାର୍ଥୀ ୩୦ ଦିନ ମଧ୍ୟରେ ଅବେଦନ କରିପାରିବେ ।

ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ପ୍ରାର୍ଥୀର ଯୋଗ୍ୟତା:

ଲୋୟର ଡିଭିଜନ୍ କ୍ଲର୍କ (LSD) ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ମାନ୍ୟତା ପ୍ରାପ୍ତ ବୋର୍ଡ଼ରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବେ । ସେହିପରି ସିଭିଲିଆନ୍ ମେକାନିକାଲ ଟ୍ରାନ୍ସପୋର୍ଟ ଡ୍ରାଇଭର(ସାଧାରଣ ଗ୍ରେଡ୍‌) ପଦବୀ ପାଇଁ ପ୍ରାର୍ଥୀ ଜଣଙ୍କ ମାନ୍ୟତାପ୍ରାପ୍ତ ବୋର୍ଡ଼ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍ କିମ୍ବା ସମକକ୍ଷ ଯୋଗ୍ୟତା ଥିବା ଉଚିତ । ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ହାଲୁକା ଏବଂ ଭାରି ମୋଟର ଯାନ ଚାଳନା ପାଇଁ ଏକ ବୈଧ ସିଭିଲ ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ । ଏଥିପାଇଁ ପ୍ରାର୍ଥୀଙ୍କ ଆୟୁ ସୀମା ୧୮ରୁ ୨୫ ବର୍ଷ ମଧ୍ୟରେ ରହିବା ଉଚିତ ।

ଜାଣନ୍ତୁ ଚୟନ ପ୍ରକ୍ରିୟା ଓ ଦରମା ବିଷୟରେ:

ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ ଭାରତୀୟ ବାୟୁସେନା ୨୦୨୪ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷା, ଦ୍ୱିତୀୟରେ ସ୍କିଲ୍ ଟେଷ୍ଟ/ପ୍ରାକ୍ଟିକାଲ ଟେଷ୍ଟ ଏବଂ ଶେଷରେ ଫିଜିକାଲ ଟେଷ୍ଟ ଆଧାରରେ ଚୟନ କରାଯିବ । ନିର୍ଦ୍ଧାରିତ ପଦ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ମାଟ୍ରିକ୍ସ 7th CPC ଆଧାରରେ ପେ ଲେବୁଲ-୨ ଅନୁଯାୟୀ ଦରମା ପ୍ରଦାନ କରାଯିବ । ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନ ଲିଙ୍କକୁ ଯାଇ କ୍ଲିକ୍ କରିପାରିବେ ।

Get real time updates directly on you device, subscribe now.