fbpx

ସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ: ଏହିଦିନ କରନ୍ତୁ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସେନାରେ ଟେକ୍ନିକାଲ ଗ୍ରାଜୁଏଟ କୋର୍ସ (TGC-137) ଜୁଲାଇ ୨୦୨୩ ଅଧିନରେ ଅଫିସର ପଦବୀ ପୂରଣ ପାଇଁ ଆବେଦନ ମାଗିଛି । ଏହି ପଦବୀ ପାଇଁ ୧୬ ନଭେମ୍ବରରୁ ଆବେଦନ ପ୍ରକ୍ରିୟ ଆରମ୍ଭ ହୋଇସାରିଛି । ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍ joinindianarmy.nic.inକୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଡିସେମ୍ବର ।

ଭାରତୀୟ ସେନାରେ ଟେକ୍ନିକାଲ ଗ୍ରାଜୁଏଟ କୋର୍ସ ଅଧିନରେ ୪୦ ଟି ପଦବୀରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ ବ୍ରାଞ୍ଚରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍ । ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମର ଅନ୍ତିମ ବର୍ଷର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷରୁ ଅଧିକ ହେବା ନହେଇଥିବା ଉଚିତ୍ ।

ଏହି ସେନା ନିଯୁକ୍ତି ଡ୍ରାଇଭ୍ ପାଇଁ ଭାରତୀୟ ନାଗରିକଙ୍କ ବ୍ୟତୀତ ନେପାଳର ନାଗରିକ ତଥା ଭାରତୀୟ ମୂଳ ଦେଶ ଯେଉଁମାନେ କି ପାକିସ୍ଥାନ, ବର୍ମା, ଶ୍ରୀଲଙ୍କା ଏବଂ ପୂର୍ବ ଆଫ୍ରିକୀୟ ଦେଶ କେନିଆ, ଉଗାଣ୍ଡା, ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆ, ଜାମ୍ବିଆ, ମଲାୱି, ଜାୟେର ଏବଂ ଇଥିଓପିଆ ଏବଂ ଭିଏତନାମରେ ମାଇଗ୍ରେଟ ହୋଇଛନ୍ତି ଓ ଭାରତରେ ସ୍ଥାୟୀ ଭାବରେ ବସବାସ କରିବାକୁ ଚାହୁଁଛନ୍ତି, ସେବାନେ ମଧ୍ୟ ଆବେଦନ କରିପାରିବେ ।

ଏହି ନିଯୁକ୍ତି ପାଇଁ ଆବେଦନ କରନ୍ତୁ-
କନଷ୍ଟେବଳ ପଦ ପାଇଁ ସିଏସଏଫ୍ ନିଯୁକ୍ତି ପ୍ରକାଶ କରିଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଫର୍ମ ପୂରଣ କରିପାରିବେ । ଏହି ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ୨୧ ନଭେମ୍ବରରୁ ଆରମ୍ଭ ହୋଇଛି ଏବଂ ସେମାନଙ୍କ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଡିସେମ୍ବର ୨୦୨୨ । ଏହି ଅଭିଯାନ ମାଧ୍ୟମରେ ସମୁଦାୟ ୭୮୭ ଟି ପୋଷ୍ଟ ପୂରଣ ହେବ । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ cisfrectt.inକୁ ଯିବାକୁ ପଡିବ ।

Get real time updates directly on you device, subscribe now.