fbpx

ବିଶ୍ୱକପ ପୂର୍ବରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର: ଅଚାନକ ଭାବରେ ନେଲେ ବିଦାୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୩ ମାସ ବାକି ରହିଥିବା ବେଳେ ଭାରତୀୟ କ୍ରିକେଟକୁ ଏକ ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ଭେଟେରାନ କ୍ରିକେଟର ବର୍ତ୍ତମାନ କ୍ରିକେଟରୁ ବିଦାୟ ନେଇଛନ୍ତି । ଭାରତୀୟ ଦଳରେ ସେ ଡେବ୍ୟୁ କରିବା ବେଳେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ସେ ଦଳରେ ସ୍ଥାନ ବଜାୟ ରଖିବାରେ ସଫଳ ହୋଇ ପାରି ନଥିଲେ । ତେବେ ୨୦୨୩ ଦିନିକିଆ ବିଶ୍ୱକପକୁ ଆଉ କିଛି ଦିନ ବାକି ଥିବା ବେଳେ ସେ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ।

ସୂଚନା ଅନୁସାରେ, ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ମନୋଜ ତିୱାରୀ ଏବେ କ୍ରିକେଟ ଜଗତରୁ ଅବସର ଘୋଷଣା କରିଛନ୍ତି । ଟିମରେ ଏକ ଦମଦାର ଡେବ୍ୟୁ କରିବା ପରେ କିଛି ଦିନ ପର୍ଯ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଥିଲେ ମନୋଜ । କିନ୍ତୁ ଭାରତୀୟ ଦଳରେ ଅଧିକ ସମୟ ପର୍ଯ୍ୟନ୍ତ ସେ ନିଜକୁ ସ୍ଥାନ ଦେଇ ପାରି ନଥିଲେ । ତେବେ ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ସେ ରାଜନୀତି ଜଗତରେ ପାଦ ଥାପିଛନ୍ତି । ଦୀର୍ଘ ୮ ବର୍ଷରୁ ସେ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଦମଦାର ବ୍ୟାଟିଂ କରି ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ମନୋଜ ବେଶୀ ସମୟ ଯାଏ ନିଜ ଜଲୱା ଦେଖାଇବାରେ ଫେଲ ମାରିଥିଲେ । ମନୋଜ ୨୦୧୫ ମସିହାରେ ନିଜ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ ।

୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ମନୋଜ । ଭାରତ ପାଇଁ ୧୨ଟି ଦିନିକିଆ ଖେଳି ଗୋଟିଏ ଶତକ ସହ ୨୮୭ ରନ୍ କରିଥିବା ବେଳେ ୩ଟି ଟି-୨୦ ମ୍ୟାଚରୁ ମନୋଜ ମାତ୍ର ୫ ରନ୍ କରିପାରିଛନ୍ତି । ତେବେ ଆଇପିଏଲରେ ସେ ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି । କୋଲକାତା ନାଇଟ ରାଇଡର୍ସ, ରାଇଜିଙ୍ଗ ପୁଣେ ସୁପରଜିଆଣ୍ଟସ ଏବଂ କିଙ୍ଗସ ଇଲେଭେନ୍ ପଞ୍ଜାବ ଦଳରେ ସାମିଲ ହୋଇଥିଲେ । ଆଇପିଏଲ କ୍ୟାରିୟରରେ ୭ଟି ଅର୍ଦ୍ଧଶତକ ସହ ୧୬୯୫ ରନ୍ ସଂଗ୍ରହ କରିଛନ୍ତି ମନୋଜ ତିୱାରୀ ।

Get real time updates directly on you device, subscribe now.