ଛକାରେ ଭାଙ୍ଗିଲା ଷ୍ଟାଡ଼ିୟମ କାଚ, କ୍ଷମା ମାଗିଲେ ରିଙ୍କୁ ସିଂହ, ଭିଡ଼ିଓ ଶେୟାର କଲା BCCI

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ ରୋମାଞ୍ଚକ ଥିଲା । ଭାରତକୁ ୫ ୱିକେଟରେ ପରାସ୍ତ କରିଥିଲା ଦକ୍ଷିଣ ଅଫ୍ରିକା । ତେବେ ଭାରତର ପରାଜୟ ସତ୍ତ୍ୱେ ରିଙ୍କୁ ସିଂହଙ୍କ ଧୂଆଁଧାର ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । ଏହି ମ୍ୟାଚରେ ସେ ଛକା ମାରି ଷ୍ଟାଡ଼ିୟମର କାଚ ଭାଙ୍ଗି ଦେଇଥିବାରୁ କ୍ଷମା ମାଗିଥିଲେ । ଏନେଇ ବିସିସିଆଇ ସୋସିଆଲ ମିଡ଼ିିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି । ଏହି ଭିଡ଼ିସରେ ମଜାଳିଆ ଢ଼ଙ୍ଗରେ କ୍ଷମା ପ୍ରାର୍ଥନାକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି ।


ତେବେ ମ୍ୟାଚ ଶେଷ ହେବା ପରେ ଏକ ସାକ୍ଷାତକାରରେ ରିଙ୍କୁ କହିଥିଲେ, ‘ମୋ ସଟରେ ଷ୍ଟାଡ଼ିୟମର କାଚ ଭାଙ୍ଗିଯିବ ବୋଲି ଭାବିନଥିଲି । ଆପଣଙ୍କଠାରୁ ଜାଣୁଛି । ସେଥିପାଇଁ ମୁଁ କ୍ଷମା ମାଗୁଛି ।’