ବାପରେ କି ଭୟଙ୍କର! ଜିଭରେ ଫ୍ୟାନ୍ ଅଟକେଇ ଗିନିଜ ରେକର୍ଡ କଲେ ଯୁବକ, ନିଜେ Videoରୁ ଦେଖନ୍ତୁ ‘ଡ୍ରିଲ୍ ମ୍ୟାନ’ଙ୍କ Talent

ଗୋଟାଏ ମିନିଟରେ ୫୦ରୁ ଅଧିକ ଫ୍ୟାନକୁ ଜିଭରେ ଅଟକେଇଦେଲେ । ଭିଡିଓ ଭାଇରାଲ ପରେ ଭାରତର ଡ୍ରିଲ ମ୍ୟାନଙ୍କୁ ୟୁଜର୍ସ କରିଛନ୍ତି ପ୍ରଶଂସା ।

ତେଲଙ୍ଗାନା: ରେକର୍ଡ ନିଶାରେ ଅନେକ ସମୟରେ ଲୋକମାନେ ଅଜବ ଗଜବ କାରନାମା ସବୁ କରିବସୁଛନ୍ତି । ଏମିତି ଏକ ଅଜବ କାଣ୍ଡ କରି ଗିନିଜ ରେକର୍ଡରେ ନାମ କରିଛନ୍ତି ତେଲଙ୍ଗାନାର କ୍ରାନ୍ତି କୁମାର ପନିକେରା ।

କ୍ରାନ୍ତିଙ୍କ ଘର ସୂର୍ଯ୍ୟପେଟ । ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ଡ୍ରିଲ୍ ମ୍ୟାନ୍ ଭାବେ ଡାକନ୍ତି । ସେ ଜଣେ ଅଦ୍ଭୁତ ବ୍ୟକ୍ତି ଅଟନ୍ତି । ଯେତେବେଳେ ଚଳନ୍ତା ପଙ୍ଖାରେ ହାତ ମାରିବା ବିପଦଜନକ, ସେତେବେଳେ କ୍ରାନ୍ତି ନିଜ ଜିଭରେ ଇଲେକ୍ଟ୍ରିକ୍ ଫ୍ୟାନ୍ ବନ୍ଦ କରି ଦେଉଛନ୍ତି ।

ଖବର ପଢ଼ିଲାବେଳକୁ ଅଜବ ଲାଗିଲେ ମଧ୍ୟ ଘଟଣାଟି ସତ । ନିଜର ଏ ନିଆରା ପ୍ରତିଭା ପାଇଁ କ୍ରାନ୍ତିଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ମାତ୍ର ଗୋଟିଏ ମିନିଟରେ କ୍ରାନ୍ତି ୫୭ ଫ୍ୟାନ ଜିଭରେ ବନ୍ଦ କରି ଏହି ରେକର୍ଡ ହାସଲ କରିଛନ୍ତି ।

ଏ ନେଇ କ୍ରାନ୍ତି ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଠାରେ ସେ ଜିଭରେ ଫ୍ୟାନ୍ ଅଟକେଇ ଦେଉଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୬୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଗିନିଜ ରେକର୍ଡରେ ନାଁ ସ୍ଥାନ ପାଇବାକୁ ନେଇ ତାଙ୍କୁ ସମସ୍ତେ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି ।

ଗିନିଜ ରେକର୍ଡରେ ନାଁ କରିବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିବା ସେ କହିଛନ୍ତି ।