fbpx

ହାତକୁ ଦି’ ହାତ ହେଲେ Indian Idol-12ର ଫେମ୍ ସାୟଲୀ କାମ୍ବଲେ

ନୂଆଦିଲ୍ଲୀ: ଇଣ୍ଡିଆନ ଆଇଡଲ-୧୨ରେ ଲୋକପ୍ରିୟତା ଅର୍ଜନ କରିଥିବା ସିଙ୍ଗର ସାୟଲୀ କାମ୍ବଲେ ହାତକୁ ଦି’ ହାତ ହୋଇଛନ୍ତି । ସାୟଲୀ ଦୀର୍ଘଦିନରୁ ରିଲେସନସିପରେ ରହିଆସିଥିବା ତାଙ୍କର ବୟଫ୍ରେଣ୍ଡ ଧୱଲଙ୍କୁ ବିବାହ କରିଛନ୍ତି । ଗତ ୨୪ ତାରିଖରେ ସାୟଲୀ-ଧୱଲ ମହାରାଷ୍ଟ୍ରୀୟ ରୀତିନୀତିରେ ମ୍ୟାରେଜ୍ କରିଛନ୍ତି । ଦମ୍ପତିଙ୍କର ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅବସରରେ ଫ୍ୟାନ୍ସ ନବଦମ୍ପତିଙ୍କୁ ବିବାହର ଶୁଭକାମନା ଜଣାଇବାକୁ ଭୁଲି ନାହାନ୍ତି ।

ବିବାହ ଅବସରରେ ସାୟଲୀଙ୍କ ଡ୍ରେସ ପରିଧାନ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ବ୍ରାଇଡାଲ ଲୁକରେ ସାୟଲୀ ବହୁତ ଖୁସି ଥିବା ଜଣାପଡ଼ୁଥିଲେ । ଦୁଲହନ ସାୟଲୀଙ୍କୁ ନେବାକୁ ଦୁଲହା ଧୱଲ ଘୋଡ଼ା ସବାରୀ ହୋଇ ଆସିଥିବା ଏକ ଫଟୋରୁ ଜଣାପଡ଼ୁଛି । ବିଶେଷ କରି ବିବାହର ଫଟୋ ଓ ଭିଡିଓ ସାୟଲୀ-ଧୱଲଙ୍କର ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ ।

ଏହି ମ୍ୟାରେଜ ପାର୍ଟିରେ ସାୟଲୀଙ୍କର ଇଣ୍ଡିଆନ ଆଇଡଲ ବନ୍ଧୁମାନେ ଯୋଗ ଦେଇଥିଲେ । ଇଣ୍ଡିଆନ ଆଇଡଲ-୧୨ର ଫେମ୍ ନିହାଲ ଟୌରୋ, ଅଞ୍ଜଲୀ ଗାଏକୱାଡ, ନଚିକେତ ଲେଲେ ପ୍ରମୁଖ ସାୟଲୀ-ଧୱଲଙ୍କ ନୂଆ ଜୀବନର ଶୁଭ ମନାସୀଥିଲେ । ସୂଚନାଯୋଗ୍ୟ ଯେ, ସାୟଲୀ ଇଣ୍ଡିଆନ ଆଇଡଲ-୧୨ରେ ଭାଗ ନେବା ପୂର୍ବରୁ ଜଣେ କ୍ଲାସିକାଲ ଆଞ୍ଚଳିକ ଗାୟିକା ଭାବେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ । ୧୯୯୭ରେ ମୁମ୍ବାଇରେ ସେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମରାଠୀ ଫିଲ୍ମ ‘କୋହଲାପୁର ଡାଏରିଜ’ରେ କଣ୍ଠଦାନ କରିଥିଲେ । ଏଥିସହିତ ବଲିଉଡ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିଆଙ୍କ ୟୁଟ୍ୟୁବ ଚାନେଲରେ କଣ୍ଠଦାନ କରିଥିଲେ ।

Get real time updates directly on you device, subscribe now.