ଭାରତୀୟ ବୈଜ୍ଞାନିକଙ୍କ ଐତିହାସିକ ଗବେଷଣା: କିଙ୍ଗ କୋବ୍ରା ଗୋଟିଏ ନୁହେଁ, ଏହାର ୪ଟି ଅଲଗା ଅଲଗା ପ୍ରଜାତି ରହିଛି

ନୂଆଦିଲ୍ଲୀ: କିଙ୍ଗ କ୍ରୋବ୍ରା ବା ଅହିରାଜକୁ ନେଇ ଭାରତୀୟ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ୧୩ ର୍ବର ଗବେଷଣା ପରେ ବୈଜ୍ଞାନିକମାନେ ଏନେଇ ଏକ ବଡ଼ ସଫଳତା ପାଇଛନ୍ତି । ୧୮୩୬ ମସିହାରେ ପ୍ରଥମ ଥର ପାଇଁ କିଙ୍ଗ କୋବ୍ରା ଆବିଷ୍କୃତ ହୋଇଥିବା ବେଳେ ଅଫିସିଆଲ ଭାବେ ୧୯୪୫ରେ ତାହାକୁ ନାମିତ କରାଯାଇଥିଲା । ତେବେ ୧୮୮ ବର୍ଷର ପୁରୁଣା ଭ୍ରମ ଏବେ ଦୂର ହୋଇଛନ୍ତି । କିଙ୍ଗ କୋବ୍ରା ଗୋଟିଏ ନୁହେଁ, ଏହାର ୪ଟି ଅଲଗା ଅଲଗା ପ୍ରଜାତି ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଭାରତୀୟ ବୈଜ୍ଞାନିକମାନେ ଏହି ବିଷାକ୍ତ ସାପକୁ ୪ଟି ପ୍ରଜାତିରେ ବିଭକ୍ତ କରିଛନ୍ତି । କର୍ଣ୍ଣାଟକର କଳିଙ୍ଗ ସେଣ୍ଟର ଫର ରେନଫରେଷ୍ଟ ଇକୋଲୋଜି ଆଗୁମ୍ବେ ଠାରେ ଏହି ଐତିହାସିକ ଗବେଷଣା କରାଯାଇଥିଲା ।

ଅହିରାଜର ୪ଟି ପ୍ରଜାତି ହେଉଛି, ୧- ଉତ୍ତର କିଙ୍ଗ କୋବ୍ରା, ୨- ସୁଣ୍ଡା କିଙ୍ଗ କୋବ୍ରା, ୩- ପଶ୍ଚିମ ଘାଟ କିଙ୍ଗ କୋବ୍ରା, ୪- ଲୁଜୋନ କିଙ୍ଗ କୋବ୍ରା । ଉତ୍ତର କିଙ୍ଗ କୋବ୍ରା ପ୍ରଜାତି ମୁଖ୍ୟତଃ ପୂର୍ବ-ପାକିସ୍ତାନ, ଥାଇଲାଣ୍ଡ ଓ ଉତ୍ତର ଭାରତରେ ଦେଖିବାକୁ ମିଳିଥାନ୍ତି । ସେମାନଙ୍କର ଶରୀରେ ୭୦ ପର୍ଯ୍ୟନ୍ତ ପଟି ଦେଖିବାକୁ ମିଳିଥାଏ । ସୁଣ୍ଡା କିଙ୍ଗ କୋବ୍ରା ପ୍ରଜାତି ଠାରେ ୭୦ରୁ ଅଧିକ ପଟି ରହିଥିବା ବେଳେ ତାହା ଇଣ୍ଡୋନେସିଆରେ ବହୁଳ ଭାବେ ଦେଖିବାକୁ ମିଳିଥାନ୍ତି । ପଶ୍ଚିମ ଘାଟ କିଙ୍ଗ କୋବ୍ରା ଶରୀରରେ କମ୍ ପଟି ଦେଖିବାକୁ ମିଳୁଥିବା ବେଳେ ତାହା ଭାରତର ପଶ୍ଚିମ ଘାଟରେ ଦେଖିବାକୁ ମିଳିଥାନ୍ତି । ସେହିପରି ଲୁଜୋନ କିଙ୍ଗ କୋବ୍ରା ଶରୀରରେ ଆଦୌ ପଡ଼ି ନଥାଏ ଓ ତାହା ଦକ୍ଷିଣ ଫିଲିପାଇନ୍ସରେ ଦେଖାଯାଆନ୍ତି । ସାପର କଲା, ଲମ୍ବ, ପଟିକୁ ନେଇ ଅଧ୍ୟୟନ କରାଯିବା ସହ ହିମାଚଳ, ଇଣ୍ଡୋନେସିଆ, ଫିଲାପାଇନ୍ସରୁ ସାମ୍ପୂଲ ସଂଗ୍ରହ କରାଯାଇଥିଲା ଓ ତାହାକୁ ବିଶ୍ଲେଷଣ କରାଯାଇଥିଲା ।