ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ନାହିଁ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(MEA) ସ୍ପଷ୍ଟ କରିଛନ୍ତି । ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ MEAର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ପୂର୍ବରୁ ବିସିସିଅ୍ଧବ ଜଣାଇଥିଲା କି ଭାରତୀୟ ଦଳ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ବିସିସିଆଇ, ଭାରତୀୟ କ୍ରିକେଟ୍ ଦଳ ଇସଲାମାବାଦ ପ୍ରତି ନୂଆଦିଲ୍ଳୀର ବୈଦେଶିକ ନୀତି ସହ ସମାନ୍ତରଳ ଭାବେ, ଛିଡ଼ା ହୋଇଛି ଏବଂ କହିଛି କି ଆତଙ୍କବାଦ ଏବଂ କ୍ରୀଡ଼ା ଏକାଠି ଚାଲିପାରିବେ ନାହିଁ ।
MEA ମୁଖପାତ୍ର ରନ୍ଧୀର ଜୟସୱାଲ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ‘ଭାରତୀୟ କ୍ରିକେଟ୍ ଦଳ ଉପରେ… ବିସିସିଆଇ ଏକ ବିବୃତ୍ତି ଜାରି କରିଛି… ସେମାନେ କହିଥିଲେ କି ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ସେଠାକୁ ଯିବାର ସମ୍ଭାବନା ନାହିଁ ।’
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ସମ୍ପର୍କରେ ରନ୍ଧୀର ଜୟସୱାଲ କହିଛନ୍ତି, ‘ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ଆମେ ବିରୋଧକୁ ସ୍ପଷ୍ଟ କରୁଛୁ । ବାଂଲାଦେଶ ସହ ଆମେ ଏହି ପ୍ରସଙ୍ଗକୁ ଉଠାଇଛୁ କି ତାଙ୍କୁ ଅଳ୍ପସଂଖ୍ୟକଙ୍କ ହିତ ଏବଂ ତାଙ୍କ ସୁରକ୍ଷାର ଦାୟିତ୍ୱ ତୁଲାଇବାକୁ ପଡ଼ିବ ।’ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଉପରେ ପ୍ରଶ୍ନର ଉତ୍ତରରେ ଜୟସୱାଲ କହିଥିଲେ, ‘ଆମେ ISKCONକୁ ସାମାଜିକ ସେବାର ଦୃଢ଼ ରେକର୍ଡ଼ ସହ ବିଶ୍ୱବ୍ୟାପି ସୁନାମଧନ୍ୟ ସଂଗଠନ ଭାବରେ ଦେଖୁଛୁ । ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନେଇ ଆମେ ଆମର ବିବୃତ୍ତି ଦେଇଛୁ । ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ଏବଂ ଆଇନଗତ ପ୍ରକ୍ରିଆ ଚାଲିଛି । ଏହି ପ୍ରକ୍ରିୟାଗୁଡ଼ିକ ନିରପେକ୍ଷ ନ୍ୟାୟପୂର୍ଣ୍ଣ ଏବଂ ସ୍ୱଚ୍ଛ ଢ଼ଙ୍ଗରେ କାର୍ଯ୍ୟ କରିବ । ଏହା ସହ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ସୁନିଶ୍ଚିତ ହେବ ବୋଲି ଆମେ ଆଶବାଦୀ ଅଛୁ ।’
#WATCH | Delhi: On Indian cricket team participating in Pakistan, MEA Spokesperson Randhir Jaiswal says, “… The BCCI has issued a statement… They have said that there are security concerns there and therefore it is unlikely that the team will be going there…” pic.twitter.com/qRJPYPejZd
— ANI (@ANI) November 29, 2024