fbpx

ଭାରତୀୟ ନାଗରିକତ୍ୱ କାହିଁକି ଛାଡ଼ୁଛନ୍ତି ଲୋକେ; ଚଳିତ ବର୍ଷ ୧,୮୩,୭୪୧ ଭାରତୀୟ ବଦଳାଇଛନ୍ତି ଠିକଣା

ନୂଆଦିଲ୍ଲୀ; ଗତ କିଛି ବର୍ଷ ମଧ୍ୟରେ ନାଗରିକତ୍ୱ ଛାଡ଼ୁଥିବା ଭାରତୀୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୧୭ ମସିହାରେ ଭାରତର ନାଗରିକତ୍ୱ ତ୍ୟାଗ କରିଥିବା ଦେଶବାସୀଙ୍କ ସଂଖ୍ୟା ୧,୩୩,୦୪୯ ଥିଲା ଏବଂ ପାଞ୍ଚ ବର୍ଷ ପରେ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଏହା ୧,୮୩,୭୪୧ କୁ ବୃଦ୍ଧି ପାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନଙ୍କ ଦ୍ୱାରା ଶୁକ୍ରବାର ଲୋକସଭାର ଏକ ଲିଖିତ ଉତ୍ତରରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୫ ରେ ଭାରତୀୟ ନାଗରିକତ୍ୱ ତ୍ୟାଗ କରିଥିବା ଭାରତୀୟଙ୍କ ସଂଖ୍ୟା ୧,୩୧,୪୮୯ ଏବଂ ୨୦୧୬ ରେ ୧,୪୧,୬୦୩ ଥିଲା ସେହିପରି ୨୦୧୭ ରେ ୧,୩୩,୦୪୯ ଏବଂ ୨୦୧୮ ରେ ୧,୩୪,୫୬୧କୁ ପହଞ୍ଚିଥିଲା । ଥିଲା ତେବେ ୨୦୧୯ରେ ଏହା ୧,୪୪,୦୧୭କୁ ଏବଂ ୨୦୨୦ରେ ଏହା ୮୫,୨୫୬ ଏବଂ ୨୦୨୧ ରେ ଏହା ୧,୬୩,୩୭୦ ଥିଲା ।

ଲିଖିତ ଉତ୍ତରରେ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ବିଦେଶୀ ନାଗରିକଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖ କରାଯାଇଛି ଯେଉଁମାନେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି । ଉତ୍ତରରେ କୁହାଯାଇଛି, ‘ମନ୍ତ୍ରଣାଳୟ ନିକଟରୁ ଉପଲବ୍ଧ ସୂଚନା ଅନୁଯାୟୀ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ବ୍ୟତୀତ ବିଦେଶୀ ନାଗରିକଙ୍କ ସଂଖ୍ୟା ହେଉଛି ୨୦୧୫ ରେ ୯୩, ୨୦୧୬ ରେ ୧୫୩, ୨୦୧୭ ରେ ୧୭୫, ୨୦୧୮ ରେ ୧୨୯, ୨୦୧୯ ରେ ୧୧୩, ୨୦୨୦ ରେ ୨୭, ୨୦୨୧ ରେ ୪୨ ଏବଂ ୨୦୨୨ ରେ ୬୦ ।

ଅନ୍ୟପଟେ ଚଳିତ ବର୍ଷ ଜୁଲାଇରେ ଆସିଥିବା ଆକଳନ ଅନୁଯାୟୀ ଗତ ୩ ବର୍ଷ ମଧ୍ୟରେ ୩.୯୨ ଲକ୍ଷ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି । ବିଶେଷ କଥା ହେଉଛି ଭାରତର ଏହି ନାଗରିକମାନେ ୧୨୦ ଦେଶର ନାଗରିକତ୍ୱ ହାସଲ କରିଛନ୍ତି । ଏଥିମଧ୍ୟରୁ ସର୍ବାଧିକ ୧.୭୦ ଲକ୍ଷ ଲୋକ ଆମେରିକାର ନାଗରିକତ୍ୱ ନେଇଛନ୍ତି । କେନ୍ଦ୍ର ସରକାର ଲୋକସଭାରେ ଦେଇଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ୪୮ ଜଣ ନାଗରିକ ଭାରତ ଛାଡି ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିଛନ୍ତି । ଏଥି ସହିତ ୬୪,୦୭୧ ଲୋକ କାନାଡାର ନାଗରିକତ୍ୱ ହାସଲ କରିଛନ୍ତି । ଏହା ବ୍ୟତୀତ ୫୮,୩୯୧ ଲୋକ ଅଷ୍ଟ୍ରେଲିଆର ନାଗରିକ ହୋଇଛନ୍ତି । ବ୍ରିଟେନର ୩୫,୪୩୫ ଲୋକ, ଇଟାଲୀର ୧୨,୧୩୧ ଲୋକ ଏବଂ ନ୍ୟୁଜିଲ୍ୟାଣ୍ଡର ୮,୮୮୨ ଲୋକ ନାଗରିକତ୍ୱ ଗ୍ରହଣ କରିଛନ୍ତି । ଯେଉଁଠାରେ ୭,୦୪୬ ଲୋକ ସିଙ୍ଗାପୁରରେ, ୬,୬୯୦ ଲୋକ ଜର୍ମାନୀରେ, ୩,୭୫୪ ଜଣ ଲୋକ ସ୍ୱିଡେନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.