fbpx

୨୦୩୦-୩୧ ସୁଦ୍ଧା ଭାରତର ଅର୍ଥନୀତି ୬.୭ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ !

ନୂଆଦିଲ୍ଲୀ: ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଭାରତର ଅର୍ଥନୀତି ପ୍ରାୟ ଦ୍ୱିଗୁଣିତ ହୋଇ ୬.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ଯାହା ବର୍ତ୍ତମାନ ୩.୪ ଟ୍ରିଲିୟନ ଡଲାର ଅଟେ । ରେଟିଂ ଏଜେନ୍ସି ଏସଆଣ୍ଡପି ଗ୍ଲୋବାଲ ଭାରତୀୟ ଅର୍ଥନୀତି ଉପରେ ପ୍ରକାଶିତ ରିପୋର୍ଟରେ ଏହି କଥା କହିଛି । ରେଟିଂ ଏଜେନ୍ସି କହିଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୩୦-୩୧ ପର୍ଯ୍ୟନ୍ତ ଭାରତର ଅର୍ଥନୀତି ବାର୍ଷିକ ୬.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ । ଏସ୍ଆଣ୍ଡପି ଗ୍ଲୋବାଲ କହିଛି ଯେ ୨୦୩୧-୩୨ ଆର୍ଥିକ ବର୍ଷ ସୁଦ୍ଧା ଭାରତର ମୁଣ୍ଡପିଛା ଆୟ ୪୫୦୦ ଡଲାର ହେବ, ଯାହା ବର୍ତ୍ତମାନ ପ୍ରାୟ ୨୫୦୦ ଡଲାର ଅଟେ ।

ଭବିଷ୍ୟତରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୨୦୨୧- ୨୨ ଆର୍ଥିକ ବର୍ଷରେ ମୋଟ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର ୨୪ ପ୍ରତିଶତ ଅଟେ । ରିପୋର୍ଟ ଅନୁଯାୟୀ, ଭାରତର ସେବା ରପ୍ତାନୀ ଦେଶର ଅର୍ଥନୈତିକ ବିକାଶର ସବୁଠାରୁ ବଡ ଇଞ୍ଜିନ ବୋଲି ପ୍ରମାଣିତ ହେବାକୁ ଯାଉଛି । ଆର୍ଥିକ ସେବା ପାଇଁ ଖର୍ଚ୍ଚ ବର୍ତ୍ତମାନ ୨୮୦ ବିଲିୟନ ଡ଼ଲାରରୁ ୬୭୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇବ ବୋଲି ଏସ୍ଆଣ୍ଡପି ଗ୍ଲୋବାଲ ରିପୋର୍ଟରେ କହିଛି ।

ଏସ୍ଆଣ୍ଡପି ଗ୍ଲୋବାଲ୍ ଅନୁଯାୟୀ, ୨୦୩୦ ସୁଦ୍ଧା ଷ୍ଟାର୍ଟଅପରେ ଭେଞ୍ଚର ପୁଞ୍ଜି ପାଣ୍ଠି ଦ୍ୱିଗୁଣିତ ହେବ । ବୈଦ୍ୟୁତିକ ଯାନ, ସ୍ପେସ୍ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ଇ ଣ୍ଟେଲିଜେନ୍ସ, ଡ୍ରୋନ୍ସ ରୋବୋଟିକ୍ସ ଏବଂ କ୍ଲିନ୍ ଟେକ୍ନୋଲୋଜି ପରି ନୂତନ ଭର୍ଟିକାଲ୍ ଗୁଡିକ ଆଗାମୀ ଦିନରେ ସବୁଠାରୁ ବଡ ଲାଭ ପାଇବାକୁ ଯାଉଛନ୍ତି । ଏହି କ୍ଷେତ୍ରଗୁଡିକରେ ପୁଞ୍ଜି ପ୍ରବାହ ଭାରତର ହାରାହାରି ଜିଡିପି ଅଭିବୃଦ୍ଧିର ୫୩ ପ୍ରତିଶତ ଏହି ଦଶନ୍ଧି ଶେଷ ସୁଦ୍ଧା ୬.୭ ପ୍ରତିଶତ ସହାୟକ ହେବ । ରିପୋର୍ଟ ଅନୁଯାୟୀ, ୨୦୩୧ ସୁଦ୍ଧା ଭାରତର ଉପଭୋକ୍ତା ବଜାରର ଆକାର ଦ୍ୱିଗୁଣିତ ହେବ । ୨୦୨୨ ମସିହାରେ ଏହା ୨.୩ ଟ୍ରିଲିୟନ୍ ଡଲାର ଥିଲା, ଯାହା ୨୦୩୧ ସୁଦ୍ଧା ୫.୨ ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଖାଦ୍ୟ ସାମଗ୍ରୀ ଉପରେ ଗ୍ରାହକଙ୍କ ଖର୍ଚ୍ଚ ୬୧୫ ବିଲିୟନ ଡ଼ଲାରରୁ ୧.୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ ।

Get real time updates directly on you device, subscribe now.