fbpx

ଭାରତର ନିଆରା ଗାଁ: ଯେଉଁଠି ରହିଛି ଦୁଇଟି ଦେଶର ଅଂଶ

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ରେଳ ଷ୍ଟେସନ କିମ୍ବା ସ୍ଥାନ ଅଛି ଯାହା ଦୁଇଟି ଭିନ୍ନ ରାଜ୍ୟର ଅଂଶ ଅଟେ । ଏହି ସ୍ଥାନଗୁଡିକର ଅଧା ଅଞ୍ଚଳ ଗୋଟିଏ ରାଜ୍ୟରେ ଥିବାବେଳେ ଅନ୍ୟ କିଛି ଅଞ୍ଚଳ ଅନ୍ୟ ରାଜ୍ୟରେ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଗାଁ ଅଛି ଯାହା ଭାରତ ବ୍ୟତୀତ ଅନ୍ୟ ଏକ ଦେଶର ମଧ୍ୟ ଅଂଶ ଅଟେ? ଯେଉଁ କାରଣରୁ ସେଠାରେ ବସବାସ କରୁଥିବା ଲୋକମାନଙ୍କର ଦ୍ୱିଦେଶ ନାଗରିକତା ଅଛି । ଏହି ଗ୍ରାମରେ ଅନନ୍ୟ ଜନଜାତି ନିଜର ଜୀବନ ଜାପନ କତନ୍ତି । ବର୍ତ୍ତମାନ ।ସନ୍ତୁ ଜାଣିବା ଆଗରତ ଏହି ନିାରା ଗାଁ ବିଷୟରେ । ଯେଉଁଠାରେ ଦୁଇଟି ଦେଶର ଅଂଶ ରହିଛି ।
ଭାରତର ନାଗାଲାଣ୍ଡରେ ଅବସ୍ଥିତ ଏକ ଗାଁ,ଯାହାର ନାମ ହେଉଛି ଲୋଙ୍ଗୱା (Longwa village) ଯାହାର କିଛି ଅଶଂ ମିଁଆମାରରେ ରହିଛି । ନାଗାଲାଣ୍ଡର ଏହି ଗାଁ ତାର ଅନନ୍ୟ ବିଶେଷତ୍ତ୍ୱ ପାଇଁ ବେଶ୍ ପ୍ରସିଦ୍ଧ । ଏହି ଗାଁରେ କୋନିଆକ୍ (Konyak tribe) ଜନଜାତି ର ଲୋକେ ବସବାସ କରନ୍ତି । ଏହି ଗ୍ରାମ ଭାରତ ସହିତ ମିଆଁମାରର ମଧ୍ୟ ଅଂଶ ଅଟେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସୀମା ସେପଟ ଗାଁର ମୁଖିଆ ଏବଂ ଜନଜାତିର ମୁଖ୍ୟ ଅର୍ଥାତ୍ ରାଜାଙ୍କ ଘର ଦେଇ ଯାଇଥାଏ। ଏହି କାରଣରୁ କୁହାଯାଏ ଯେ ମିଆଁମାରର ରାଜା ନିଜ ଘରେ ଖାଆନ୍ତି ଏବଂ ଭାରତରେ ଶୁଅନ୍ତି । ଆଉଟଲୁକ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ରାଜାଙ୍କୁ ‘ଅଙ୍ଘ’ (Angh) କୁହାଯାଏ,ଯାହାର ୬୦ ଜଣ ପତ୍ନୀ ଅଛନ୍ତି। ତେବେ ରାଜା ‘ଅଙ୍ଘ’ ନିଜ ଗ୍ରାମ ବ୍ୟତୀତ ସେ ମିଆଁମାର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ୧୦୦ ଟି ଗାଁର ରାଜା ଅଟନ୍ତି।

ମୁଣ୍ଡ କାଟ ପ୍ରଥା:
ତେବେ ଏହି କୋନିଆକ୍ ଜନଜାତିଙ୍କୁ ହେଡହଣ୍ଟର୍ ବୋଲି କୁହାଯାଉଥିଲା । କାରଣ ଏହି ଜନଜାତିର ଲୋକମାନେ ପରସ୍ପରର ମୁଣ୍ଡ କାଟି ନେଇ ନେଇ ନିଜ ଘରେ ସଜାଉଥିଲେ । କିନ୍ତୁ ୧୯୬୦ ମସିହାରୁ ଯେତେବେଳେ ଏହି ଗ୍ରାମରେ ଖ୍ରୀଷ୍ଟିଆନ ଧର୍ମର ଲୋକେ ରହିବାକୁ ଲାଗିଲେ ତାହା ପରଠାରୁ ଏହି ପ୍ରଥାକୁ ଧୀରେ ଧୀରେ ଶେଷ କରି ଦିଆଗଲା । ସିଏନ୍ ଟ୍ରାଭେଲର୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଏହି ଲୋଙ୍ଗୱା ଗାଁରେ ପ୍ରାୟ ୭୦୦ ଘର ଅଛି ଏବଂ ଏହି କୋନିଆକ୍ ଜନଜାତିର ଜନସଂଖ୍ୟା ଅନ୍ୟ ଜନଜାତିଙ୍କ ଅପେକ୍ଷା ଅଧିକ ରହିଛି ।

ସହଜରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଗ୍ରାମବାସୀ:
କନିଆକ୍ ଲୋକମାନେ ସେମାନଙ୍କ ମୁହଁରେ ଏବଂ ଶରୀରର ଅନ୍ୟ ଅଙ୍ଗରେ ଟାଟୁ ତିଆରି କରନ୍ତି । ଯାହା ସେମାନଙ୍କୁ ଅନ୍ୟ ଆଦିବାସୀମାନଙ୍କଠାରୁ ଭିନ୍ନ କରିଥାଏ । ଟାଟୁ ଏବଂ ହେଡହଣ୍ଟିଂ ସେମାନଙ୍କର ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେବେ ଜନଜାତିର ରାଜାଙ୍କ ପୁଅ ମିଆଁମାର ସେନାରେ ନିଯୁକ୍ତ । ତେବେ ଏଠାରେ ବସବସାସ କରୁଥିବା ଲୋକମାନଙ୍କର ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ-ଭିସାର ଆବଶ୍ୟକତା ପଡେନାହିଁ। ଏତତ୍ ବ୍ୟତୀତ କନିଆକ୍ ଜନଜାତିର ଲୋକେ ନାମିସ ଭାଷା କହିଥାନ୍ତି । ଯାହାକି ନାଗା ଏବଂ ଆସାମ ଭାଷା ଦ୍ୱାରା ଗଠିତ ।

Get real time updates directly on you device, subscribe now.