fbpx

108MP କ୍ୟାମେରା ଏବଂ 12GB RAM ସହ ଲଞ୍ଚ ହେଲା Infinixର 5G ସ୍ମାର୍ଟଫୋନ, ଜାଣନ୍ତୁ ପିଚର୍ସ ଏବଂ ମୂଲ୍ୟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ତିଆରି କରୁଥିବା କମ୍ପାନୀ ଇନଫିନିକ୍ସ ନିଜର ଏକ ନୂଆ 5G ସ୍ମାର୍ଟଫୋନ ଲଞ୍ଚ କରିଛନ୍ତି। ଇନଫିନିକ୍ସ ନିଜର ଲାଟେଷ୍ଟ ଫୋନ ଜିରୋ 40 5Gକୁ ଲଞ୍ଚ କରିଛି। ଏହା ବର୍ତ୍ତମାନ ମାଲେସିଆରେ ଲଞ୍ଚ କରାଯାଇଛି। ଏହି ଫୋନରେ କମ୍ପାନୀ ୧୨ଜିବି ରାମ ସହ ୧୦୮ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ମଦ୍ୟ ପ୍ରଦାନ କରିଛି। ସେହିପରି ଏହି ଫୋନର ଡିଜାଇନ ବହୁତ ଆକର୍ଷଣୀୟ। ଆସନ୍ତୁ ଜାଣିବା ଏହି ଫୋନ ବିଷୟରେ..

ଇନଫିନିକ୍ସର ଏହି ନୂଆ ସ୍ମାର୍ଟଫୋନରେ କମ୍ପାନୀ ୬.୭୮ ଇଞ୍ଚର ୩ଡି କର୍ବଡ ଏମୋଲେଡ ଡିସପ୍ଲେ ଉପଲବ୍ଧ କରିଛି। ଏହି ଡିସପ୍ଲେ ୧୪୪ ହର୍ଟଜ ସହ ରିଫ୍ରେସ ରେଟକୁ ମଧ୍ୟ ସପୋର୍ଟ କରିଥାଏ। ଏଥିସହ ଏହି ଫୋନରେ ୧୨ଜିବି ରାମ ସହ 256GBର ଷ୍ଟୋରେଜ ମଧ୍ୟ ଦିଆଯାଇଛି। ଏହି ସ୍ମାର୍ଟଫୋନ ମିଡିଆଟେକ ଡାୟମେସନ ୮୨୦୦ ଚିପସେଟ ପ୍ରୋସେସରରୁ ଲେସ ଅଟେ।

ବର୍ତ୍ତମାନ ଏହି ଫୋନର କ୍ୟାମେରା ସେଟଅପ Infinix Zero 40 5Gରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହ ଏକ ୫୦ ମେଗାପିକ୍ସେଲର ଅଲ୍ଟ୍ରାୱାଇଡ କ୍ୟାମେରା ଦିଆଯାଇଛି। ଏଥିସହ ଏଥିରେ ୨ମେଗାପିକ୍ସେଲର ସେନସର ମଧ୍ୟ ଦିଆଯାଇଛି। ଏହି ନୂଆ ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୪ ଉପରେ ବେସଡ XOS ଅପରେଟିଙ୍ଗ ସିଷ୍ଟମ ଉପରେ କାର୍ଯ୍ୟ କରୁଛି। ପାୱାର ପାଇଁ ଫୋନରେ 5000 mAhର ଦମଦାର ବ୍ୟାଟେରୀ ପ୍ରଦାନ କରାଯାଇଛି। ଏହି ବୟାଟେରୀ 45Wର ଫାଷ୍ଟ ଚାର୍ଜିଂ ଏବଂ 20Wର ଭାଇରାଲ ଚାର୍ଜିଂକୁ ସପୋର୍ଟ କରିଥାଏ। ତେବେ ଏହି ଫୋନର ଦାମ ଭାରତୀୟ ମୂଲ୍ୟ ହିସାବରେ ୩୨ ହଜାର ୭୯୪ ଟଙ୍କା ଅଟେ।

Get real time updates directly on you device, subscribe now.