ଭୁବନେଶ୍ୱର: ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ରହିଛନ୍ତି । ସର୍ବାଧିକ ୭ ଜଣ କେନ୍ଦୁଝରରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪ , ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରୁ ୩, ପୁରୀ ରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଚିହ୍ନଟ ହୋଇଥିବା ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ହେଇଛି ଏବଂ ରିପୋର୍ଟ ଆସିବା ବାକି ଅଛି । ସେ କହିଛନ୍ତି ପ୍ରାଥମିକ ରିପୋର୍ଟ ଅନୁଯାୟୀ ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ୍ ଚାଲିଛି, ଯେଉଁମାନଙ୍କର ବିଦେଶ ଫେରନା ହିଷ୍ଟ୍ରି ନାହିଁ ସେମାନେ ଆଗରୁ କେବେ ଯାଇଥିଲେ କି ନାହିଁ ତାହା ଯାଞ୍ଚ କରାଯିବ ।