fbpx

ତୃତୀୟ ତ୍ରୈମାସରେ ୬ ହଜାର ଫ୍ରେଶରଙ୍କୁ Infosys ଦେଲା ନିଯୁକ୍ତି : FY23ରେ ୫୦,୦୦୦ କର୍ମଚାରୀ ନିଯୁକ୍ତି କରିବାର ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ଆଇଟି ସେକ୍ଟରର ବଡ଼ କମ୍ପାନୀରେ ସାମିଲ ଥିବା ଇନଫୋସିସ୍ ୨୦୨୨-୨୩ ର ତୃତୀୟ ତ୍ରୈମାସିକରେ ପ୍ରାୟ ୬,୦୦୦ ଫ୍ରେଶର୍ ନିଯୁକ୍ତ କରିଥିବାବେଳେ ଏଫୱାଇ୨୩ର ଆରମ୍ଭରେ ୫୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା କମ୍ପାନୀ । ସେଥିମଧ୍ୟରୁ ବର୍ଷର ୬ ମାସ ମଧ୍ୟରେ ୪୦,୦୦୦ ନିଯୁକ୍ତି ପାଇଥିଲେ । ଆର୍ଥିକ ବର୍ଷ ୨୩(FY23)ରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଇଛି ।

ମୁଖ୍ୟ ଆର୍ଥିକ ଅଧିକାରୀ ନିଲଞ୍ଜନ ରାୟ କହିଛନ୍ତି ଯେ, କମ୍ପାନୀ ବର୍ଷକ ମଧ୍ୟରେ ଏହାର ବାର୍ଷିକ ପୂର୍ବାନୁମାନ ପୂରଣ କରିବ । କିନ୍ତୁ ନିଯୁକ୍ତି ଲକ୍ଷ୍ୟକୁ ସଂଶୋଧନ କରିନାହିଁ । ସେ କହିଛନ୍ତି ଯେ, ‘ମୁଁ ଭାବୁଛି ବର୍ଷ ଶେଷ ସୁଦ୍ଧା ଆମେ ସେହି ସଂଖ୍ୟାରେ ରହିବା ଉଚିତ୍ । ଆମେ ନିଯୁକ୍ତି ଜାରି ରଖିଛୁ ।’

ଇନଫୋସିସ୍ ଗୁରୁବାର ଅକ୍ଟୋବର-ଡିସେମ୍ବର ତ୍ରୈମାସିକ (Q3) ପାଇଁ ଏହି ଆକଳନଗୁଡିକ ଅଂଶୀଦାର କରିଛି । କମ୍ପାନୀର ଲାଭ ବାର୍ଷିକ ୧୩ ପ୍ରତିଶତ ବୃଦ୍ଧି ହୋଇ ୬୫୮୬ କୋଟିରେ ପହଞ୍ଚିଛି । ଡିସେମ୍ବର ୨୦୨୨ ତ୍ରୈମାସରେ ରାଜସ୍ୱ ୩୮,୩୧୮ କୋଟିରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ।

ନିଲଞ୍ଜନ ରାୟ କହିଛନ୍ତି ଯେ, କମ୍ପାନୀର ଏକ ବଡ଼ ଫ୍ରେଶର୍ ପାଇପଲାଇନ ଅଛି, ଯେଉଁମାନେ ମାଇସୋରରେ Infosys ଟ୍ରେନିଂ ପ୍ରୋଗ୍ରାମ ଦେଇ ଯାଆନ୍ତି । ଆମେ ସେମାନଙ୍କୁ ତାଲିମ ଦେଉଛୁ, ସେମାନଙ୍କୁ ପୁଣି କୁଶଳ କରୁଛୁ । ତେଣୁ ଆଂଶିକ ପ୍ରଶ୍ନ ହେଉଛି ଆମକୁ ଅଧିକ ନିଯୁକ୍ତି ଦେବା ଆବଶ୍ୟକ କି? ପୂର୍ବ ଆର୍ଥିକ ତୁଳନାରେ ୧୫-୧୬ ପ୍ରତିଶତ ତୁଳନାରେ ଚଳିତ ଆର୍ôଥକ ବର୍ଷରେ ରାଜସ୍ୱ ଅଭିବୃଦ୍ଧି ୧୬-୧୬.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.