IPL ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର, KKR vs RCB ଓପନିଂ ମୁକାବିଲା ହୋଇପାରେ ରଦ୍ଦ, ଜାଣନ୍ତୁ କାରଣ
ଆଇପିଏଲର ଓପନିଂ ମ୍ୟାଚ ହୋଇପାରେ ରଦ୍ଦ
ନୂଆଦିଲ୍ଲୀ: ଶନିବାର ଦିନ ଅର୍ଥାତ ୨୨ ମାର୍ଚ୍ଚ ୨୦୨୫ରେ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ହେଲେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ଏହି କାରଣ ପାଇଁ ରଦ୍ଦ ହୋଇପାରେ ମ୍ୟାଚ: କୋଲକାତାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି କାରଣ ପାଇଁ ରଦ୍ଦ ହୋଇପାରେ ମ୍ୟାଚ । ଆଇଏମଡି ଅନୁଯାୟୀ, ଆଣ୍ଟିସାଇକ୍ଲୋନିକ ସର୍କୁଲେସନ କାରଣରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ କୋଲକାତାରେ ଘଡଘଡି ଏବଂ ବର୍ଷା ହେବାର ସମ୍ଭାବନା ରହିଛି ।