fbpx

ପୁଣି ଆଇପିଏଲ ବେଟିଂ: ୬ ଜଣକୁ ଗିରଫ ସହ ୧.୪୫ ଲକ୍ଷ ଟଙ୍କା ଜବତ କଲା ପୋଲିସ

Advertisement

ଆସିକା: ଆଇପିଏଲକୁ ଦେଖିବାକୁ ଗୋଟିଏ ପଟେ ଲୋକେ ଉତ୍ସାହିତ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବେଟିଂ ବଜାର ମଧ୍ୟ ସକ୍ରିୟ ହୋଇଛି । ଗୁରୁବାର ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ଠାରୁ ୧.୪୫ ଲକ୍ଷ ନଗଦ, ୬ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି । ଆସିକା ପାଟପୁର ଥାନା ପୋଡ଼ାମାରି ସ୍ଥିତ କଲେଜ ଗ୍ରାଉଣ୍ଡରୁ ଧରାପଡ଼ିଛି ଏହି ବେଟିଂ ଗ୍ୟାଙ୍ଗ୍ ।

ନିକଟରେ ଏପ୍ରିଲ ୧୭ ତାରିଖରେ ବୀରମିତ୍ରପୁର ଅଞ୍ଚଳରେ ମଧ୍ୟ ବେଟିଂ ଚାଲିଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା ଏବଂ ୯ ଜଣକୁ ଗିରଫ କରିଥିଲା ସେମାନଙ୍କ ଠାରୁ ୧୮ ଟି ମୋବାଇଲ, ଗୋଟିଏ ଲାପଟପ୍ ଓ ଗୋଟିଏ ଟାବଲେଟ ଜବତ କରିବା ସହ ବୁକିକୁ ଗିରଫ କରିଥିଲା ଟାସ୍କଫୋର୍ସ ।

Get real time updates directly on you device, subscribe now.