ଧୂଆଁ, ଧୂଆଁ ହୋଇଗଲା ହସ୍ପିଟାଲ: ହେଭି ୱାଟର ରିଆକ୍ଟର ଦ୍ୱାରା ଇସ୍ରାଏଲ୍ ହସ୍ପିଟାଲକୁ ଆଟାକ୍କ କଲା ଇରାନ୍

ଜେରୁଜେଲମ: ଇସ୍ରାଏଲର ସବୁଠାରୁ ବଡ଼ ଡାକ୍ତରଖାନା ଉପରେ ଆକ୍ରମଣ କରିଛି ଇରାନ୍ । ଇସ୍ରାଏଲର ଦକ୍ଷିଣାଞ୍ଚଳରେ ସୋରୋକା ମେଡିକାଲ ସେଣ୍ଟର ଅବସ୍ଥିତ ।

ଗୁରୁବାର ଇରାନ୍ ଇସ୍ରାଏଲ୍ ଉପରକୁ ଏକାଧିକ ମିଶାଇଲ ମାଡ଼ କରିଥିବା ସୂଚନା ଦେଇଛନ୍ତି ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ । ମିଶାଇଲ ମାଡ଼ ଯୋଗୁ ଅନେକ ଲୋକ ଆହତ ହୋଇଥିବା ସୂଚନା ।

ସୋରୋକ ମେଡିକାଲକୁ ଲୋକ ଯିବା ପାଇଁ ପ୍ରଶାସନିକ ସ୍ତରରେ ବାରଣ କରାଯାଇଥିବାବେଳେ ଆହତ ଲୋକଙ୍କ ଚିକିତ୍ସା ଜରି ରହିଛି । ଏଥିସହ ମିଶାଇଲ ମାଡ଼ରେ କ୍ଷତିଗ୍ରସ୍ତ ବିଲ୍ଡିଂରେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

ଏକ ହଜାର ବେଡ୍ ବିଶିଷ୍ଟ ଏହି ହସ୍ପିଟାଲ ଉପରେ ଇସ୍ରାଏଲର ୧୦ ଲକ୍ଷ ଲୋକ ନିର୍ଭର କରନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇରାନ ପକ୍ଷରୁ ହେଭି ୱାଟର ରିଆକ୍ଟର ଦ୍ୱାରା ଏ ଆକ୍ରମଣ କରାଯାଇଛି ।