fbpx

ପୁରୀ-କୋଣାର୍କ-ଚିଲିକା ବୁଲିବା ପାଇଁ IRCTCର ପ୍ୟାକେଜ, ଜାଣନ୍ତୁ କେତେ ପଡିବ ଖର୍ଚ୍ଚ

ଭୁବନେଶ୍ୱର: ଆଗକୁ ଦଶହରା ଆସୁଛି । ଆଉ ୩ରୁ ୪ଦିନ ପାଇଁ ଆପଣ ଛୁଟି ପାଇବେ । ସ୍କୁଲ କଲେଜ ବନ୍ଦ ସହ ଆପଣଙ୍କ ଅଫିସ ମଧ୍ୟ ଛୁଟି ରହିବ । ତେବେ ଆଉ ଘରେ କାହିଁକି ବସିରହିବେ । ଆଇଆରସିଟିସି ଏସବୁକୁ ଦୃଷ୍ଟିରେ ରଖି ଆପଣଙ୍କ ପାଇଁ ଏକ ପ୍ୟାକେଜ ଲଞ୍ଚ କରିଛି । ଏହି ପ୍ୟାକେଜ ମଧ୍ୟରେ ଆପଣଙ୍କ ଖାଇବା, ରହିବା, ଗାଡି ଭଡା ସବୁ ଅନ୍ତର୍ଭୁକ୍ତ ରହିଛି । ତେଣୁ ଯଦି ଆପଣ ପୁରୀ-କୋଣାର୍କ-ଚିଲିକା ଯାଇ ଆପଣଙ୍କର ଛୁଟିଦିନକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ଆଇଆରସିଟିସି ଟୁର୍ ପ୍ୟାକେଜ୍ ବୁକ୍ କରନ୍ତୁ । ଆଜି ଆମେ ଆପଣଙ୍କୁ ଏବାବଦରେ ସବିଶେଷ ତଥ୍ୟ ଦେବୁ ।

ତେବେ ଆପଣଙ୍କୁ କହିରଖୁଛୁ ଏହି ପ୍ୟାକେଜ ଦିଲ୍ଲୀରୁ ଆରମ୍ଭ ହେବ । ଏହି ପ୍ୟାକେଜରେ ଓଡିଶାର ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ କଭର କରିବା ପାଇଁ ଏକ ପ୍ୟାକେଜ୍ ଲଞ୍ଚ କରିଛି । ଏହି ଟୁର୍ ପ୍ୟାକେଜ୍ ଆପଣଙ୍କୁ ଓଡିଶାର ଚାରୋଟି ପ୍ରସିଦ୍ଧ ସ୍ଥାନକୁ ନେଇଯିବ । ଯେଉଁଥିରେ ଅନେକ ମନ୍ଦିର ପରିଦର୍ଶନ କରାଯିବ । ଏହି ପ୍ୟାକେଜରେ ପୁରୀ, କୋଣାର୍କ, ଭୁବନେଶ୍ୱର ଏବଂ ଚିଲିକା ଯାତ୍ରା ରହିବ ।

ଏହି ଯାତ୍ରା ୨୯.୧୧.୨୦୨୪ ରୁ ୧୪.୧୨.୨୦୨୪ ପର୍ଯ୍ୟନ୍ତ ଚାଲିବ । ଆଇଆରସିଟିସି ଡିଭାଇନ୍ ପୁରୀ ଟୁର୍ ପ୍ୟାକେଜ୍ ନାମରେ ଏହି ପ୍ୟାକେଜ୍ ଲଞ୍ଚ କରିଛି । ଏହି ପ୍ୟାକେଜ୍ ୩ ରାତି ଏବଂ ୪ ଦିନ ପାଇଁ ରହିଛି । ଏଥିରେ ପୁରୀ, କୋଣାର୍କ, ଭୁବନେଶ୍ୱର ଏବଂ ଚିଲିକା ରହିଛି । ଏହି ଟୁର୍ ପ୍ୟାକେଜ୍ ସମୟରେ, ଆପଣ ପୁରୀର ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ମନ୍ଦିର ଦେଖିବାକୁ ପାଇବେ । ସେହିପରି ଚିଲିକା ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଦେଖିପାରିବେ ।

ଏହାର ମୂଲ୍ୟ କେତେ ହେବ?
ଜଣେ ବ୍ୟକ୍ତିଙ୍କ ପାଇଁ ୪୪୬୦୦ ଟଙ୍କା, ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ୩୪୨୦୦ ଟଙ୍କା, ତିନିଜଣଙ୍କ ପାଇଁ ୩୧୫୦୦ ଟଙ୍କା ରହିଛି । ଏଥିରେ ହୋଟେଲରେ ରହିବା ସହ ଭୋଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

Get real time updates directly on you device, subscribe now.