IRCTC ଆଣିବାକୁ ଯାଉଛି ନୂଆ ଆପ, ଏଥିରେ ରହିବ ଏହିସବୁ ସୁବିଧା, ଦୂର ହେବ ଯାତ୍ରୀଙ୍କ ଅସୁବିଧା

ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ତାର ଆପ ବିକାଶ କରିଛି । ଟିକେଟ ବୁକ କରିବାକୁ ଆପରେ ଟିକେଟ ବୁକ ହୋଇପାରୁଛି, ହେଲେ ଲାଇଭ ଟ୍ରେନର ଷ୍ଟାଟସ ଟ୍ରାକ କରିବା ପାଇଁ କୌଣସି ଅପସନ ନାହିଁ । ତେଣୁ ୟୁଜର୍ସଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଓ ସେମାନଙ୍କ ସୁବିଧା ପାଇଁ ଡିସେମ୍ବରରୁ ନୂଆ ଏକ ଆପ ଆସୁଛି, ଯେଉଁଥିରେ ସବୁ ସୁବିଧା ରହିବ ।

ଭାରତରେ ରେଳରେ ପ୍ରତ୍ୟହ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିଥାନ୍ତି । ଟିକେଟ ବୁକ କରିବାକୁ ୟୁଡର୍ସଙ୍କୁ ବିଭିନ୍ନ ଆପ ଓ ୱେବସାଇଟ ବ୍ୟବହାର କରିଥାନ୍ତି । ଏଥିପାଇଁ ଥାର୍ଡ ପାର୍ଟି ଆପ ମଧ୍ୟ ବ୍ୟବହାର କରିବାକୁ ହୋଇଥାଏ । ତେଣୁ ସବୁ ଫିଚରକୁ ମିଶାଇବାକୁ ପ୍ରୟାସ କରୁଛି ରେଳବାଇ, ତେଣୁ ବିଭାଗ ତାର ଅଫିସିଆଲ ଆପ ଲଞ୍ଚ କରିବାକୁ ପ୍ଲାନ କରୁଛି ।ଏହି ଆପକୁ ଟିକେଟ ବୁକିଂ ୱେବସାଇଟ ଆଇଆରସିଟିସି ସହ ସଂଯୋଗ କରିବାକୁ ହେବ ।

ଫଳରେ ଯାତ୍ରୀ ଟିକେଟ ବୁକିଂରୁ ଆରମ୍ଭ କରି ଯାତ୍ରା ସମୟରେ ମିଳୁଥିବା ସବୁ ସୁବିଧାକୁ ଏଥିରେ ଯୋଡାଯିବ । ଏହି ନୂଆ ଆପ ଆଣିବାର ଲକ୍ଷ୍ୟ ହେଉଛି, ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ଓ ସେମାନଙ୍କୁ ରେଳବାଇ ଦ୍ୱାରା ଦିଆଯାଉଥିବା ସବୁ ସୁବିଧା ସମ୍ପର୍କରେ ଅବଗତ କରିବା, ଯେମିତି ଯାତ୍ରୀଙ୍କୁ ଯାତ୍ରା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ।

ତଥ୍ୟ ମୁତାବକ, ଏହି ନୂଆ ଆପ, ସମସ୍ତ ଯାତ୍ରୀଙ୍କ ପାଇଁ ଡିସେମ୍ବରରୁ ଲଞ୍ଚ କରାଯିବାର ଯୋଜନା ରହିଛି ।