‘ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ’, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

‘ଟ୍ୱିନସିଟିରେ ହେବ ଆଇଟି ପାର୍କ’, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ସୂଚନା

ଭୁବନେଶ୍ୱର: ଟ୍ୱିନସିଟିରେ ହେବ ନୂଆ ଆଇଟି ପାର୍କ। ଏ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍ ଏରିଆ। ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ୍ ଏରିଆ।

ସେ ଆହରି କହିଛନ୍ତି ଯେ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି। ରାଜ୍ୟରେ ୫ଟି ବଡ଼ ସହର ସମେତ ୧୧ ସହରରେ ତିଆରି ହେବ ରିଙ୍ଗ ରୋଡ଼। ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର। ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।