fbpx

ଆକାଶରୁ ଖସୁଛି ରହସ୍ୟମୟ ବସ୍ତୁ: ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ନୂୂଆଦିଲ୍ଳୀ: ପ୍ରକୃତି ଅନେକ ବିଷ୍ମୟରେ ଭରପୂର । ଏହାର ଅନେକ ଘଟଣା ଉପରୁ ପରଦା ହଟାଇବାରେ ବୈଜ୍ଞାନିକ ମାନେ ଅସମର୍ଥ । ତେବେ ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ କିଛି ରହସ୍ୟମୟୀ ବସ୍ତୁ ଖସୁଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଏହା କୌଣସି ଚଢେଇ କି ଏହା କୌଣସି ଧାତୁ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଗୁଜରାଟର ସୁନ୍ଦରନଗର ଜିଲ୍ଲାର ସାୟେଲା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବେଳେବେଳେ ଗୋଟିଏ ଲେଖାଏଁ ରହସ୍ୟମୟୀ ବସ୍ତୁ ଆକାଶରୁ ଖସୁଥିବା ବେଳେ ବେଳେ ଏକାଧିକ ବସ୍ତୁ ସାଙ୍ଗରେ ଖସୁଛି । ଗ୍ରାମବାସୀ ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଗତ ତିନି ଦିନ ଦିନ ଧରି ନିୟମିତ ଭାବରେ ଏହି ଘଟଣା ଘଟୁଛି ।

ପୂର୍ବରୁ ଖେଡା ଜିଲ୍ଲାର ଉମରେଥ୍ ଏବଂ ନାଡିଆଡ୍ ଜିଲ୍ଲାରେ ଏଭଳି ଘଟଣା ଘଟିଥିଲା । ସିଲ୍ଭର ଏବଂ କଳା ରଙ୍ଗର ରହସ୍ୟମୟୀ ବସ୍ତୁ ତଳକୁ ଖସିଥିବା ବେଳେ ଏହାର ବାସ୍ତବ କାରଣ ଜଣାପଡିନାହିଁ । ଗୁଜରାଟ ସରକାରଙ୍କ ଦ୍ୱାରା ପରିଚାଳିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରୀ ପକ୍ଷରୁ ଏହି ପଦାର୍ଥର ପରୀକ୍ଷଣ ଜାରି ରହିଛି । ଏହି ସଂସ୍ଥାଟି ମହାକାଶ ବିଜ୍ଞାନ ସମ୍ପର୍କରେ ଅନୁସନ୍ଧାନ କରିଥାଏ । ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏହା ଏକ ସାଟେଲାଇଟର ଭଗ୍ନାବଶେଷ ବୋଲି ଜଣାପଡିଛି ।

Get real time updates directly on you device, subscribe now.