fbpx

ଆୟର, ନାରିନ ଓ ଫର୍ଗୁସନଙ୍କ ବୋଲିଂ ସଫଳତା; କେକେଆର ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: କେକେଆର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୧୨୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ ଜିତି ପ୍ରଥମେ ବୋଲିଂ କରିଥିବା କେକେଆର ପକ୍ଷରୁ ଲୋକି ଫର୍ଗୁସନ, ସୁନୀଲ ନାରିନ ଏବଂ ଭେଙ୍କଟେଶ ଆୟାର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ ଷ୍ଟିଭ ସ୍ମିଥ ଓ ଅଧିନାୟକ ଋଷଭ ପନ୍ତ ୩୯ ରନ ଲେଖାଏଁ ସଂଗ୍ରହ କରିଥିଲେ ।
ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା କେକେଆରକୁ ପ୍ରଥମ ସଫଳତା ୫ମ ଓଭରରେ ମିଳିଥିଲା । ଧୱନଙ୍କୁ ଆଉଟ କରି ଫର୍ଗୁସନ ଏହି ସଫଳତା ହାସଲ କରିଥିଲେ । ଷ୍ଟିଭ ସ୍ମିଥ ଭଲ ପ୍ରାରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରି ପାରିନଥିଲେ । ଦିଲ୍ଲୀ ଇନିଂସରେ ଗୋଟିଏ ମଧ୍ୟ ଛକା ଦେଖିବାକୁ ମିଳିନଥିଲା । କେକେଆର ପକ୍ଷରୁ ଲୋକି ଫର୍ଗୁସନ ୧୦ ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ନାରିନ ୨ଟି ଏବଂ ଭେଙ୍କଟେଶ ଆୟର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.