fbpx

ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ସମନ କଲେ କୋର୍ଟ: ୨୬ ସେପ୍ଟେମ୍ବର ହାଜର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପାଇଁ ବଢୁଛି ଅଡୁଆ । ଆସନ୍ତା ୨୬ ତାରିଖରେ ହାଜର ହେବା ପାଇଁ ଅଭିନେତ୍ରୀଙ୍କୁ ସମନ କଲେ ମାନ୍ୟବର କୋର୍ଟ । ଜ୍ୟାକଲିନଙ୍କ ବିରୋଧରେ ରୁଜୁ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟକୁ ନେଇ ନେଇ ରାୟ ଶୁଣାଇଛନ୍ତି ପଟିଆଲା ହାଉସ କୋର୍ଟ । ଏହାସହିତ ଜ୍ୟାକଲିନଙ୍କ ଓକିଲଙ୍କୁ ଚାର୍ଜସିଟର କପି ଇଡି ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଚନ୍ଦ୍ରଶେଖର ବିରୋଧରେ ଦୁଇଟି ଚାର୍ଜସିଟ ଦାଖଲ କରିସାରିଛି । ଏହି ମାମଲାକୁ ନେଇ ପଟିହାଲା ହାଉସ କୋର୍ଟରେ ସୁକେଶଙ୍କ ସମେତ ସମସ୍ତ ଅଭିଯୁକ୍ତ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ । କିନ୍ତୁ ଫିଲ୍ମ ଶୁଟିଂ ପାଇଁ ଜ୍ୟାକଲିନ ପୋଲାଣ୍ଡ ଯିବାର ଆବେଦନକୁ ଖାରଜ କରିଥିଲେ କୋର୍ଟ । ଏହାପର୍ବରୁ ଏ ସମସ୍ତ ମାମଲାର ଅଭିଯୁକ୍ତ ଭାବରେ ଜ୍ୟାକଲିନଙ୍କ ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ ହୋଇଥିଲା ।

ଏହାବ୍ୟତୀତ ଜ୍ୟାକଲିନଙ୍କୁ ୭.୭ କୋଟି ଟଙ୍କାର ଦାମୀ ଉପହାର ଏବଂ ନଗଦ ଟଙ୍କା ଦେଇଥିଲା ସୁକେଶ । କେବଳ ସେତିକି ନୁହେଁ, ସୁକେଶ ଜ୍ୟାକଲିନଙ୍କୁ ୫.୭୧ କୋଟି ଟଙ୍କାର ଗିଫ୍ଟ ମଧ୍ୟ ଦେଇଥିବା ତଦନ୍ତରୁ ଜଣାଯାଇଛି । ନିଜ ସହଯୋଗୀ ପିଙ୍କି ଇରାନୀଙ୍କ ଜରିଆରେ ସୁକେଶ ଏହି ଗିଫ୍ଟ ଦେଇଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.