fbpx

ମା’ ହେଲେ IAS ଟିନା ଡାବି: ଜୟପୁର ମେଡିକାଲରେ ପୁତ୍ର ସନ୍ତାନକୁ ଦେଲେ ଜନ୍ମ

Advertisement

ମୁମ୍ଵାଇ : ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଘରକୁ ଆସିଛି ଏକ ଖୁସି ଖବର । ସେ ମା ହୋଇଛନ୍ତି । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏଥିସହିତ ବହୁ ସଂଖ୍ୟକ ଶୁଭେଚ୍ଛୁ ଟିନା ଡାବି ଏବଂ ତାଙ୍କ ସ୍ୱାମୀ ପ୍ରଦୀପ ଗାୱାଣ୍ଡେ (ଆଇଏଏସ୍ ପ୍ରଦୀପ ଗାୱାଣ୍ଡେ) ଙ୍କ ପୁଅର ଜନ୍ମକୁ ଅଭିନନ୍ଦନ ଜଣାଇଛନ୍ତି। ଜୁଲାଇ ୨୦୨୨ରେ ଟିନା ରାଜସ୍ଥାନର ଜୈସଲମେରର କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ, କିନ୍ତୁ ସେ ଗତ କିଛି ମାସ ପାଇଁ ମାତୃତ୍ୱ ଛୁଟିରେ ଥିଲେ।

୨୦୧୫ ରେ ଆଇଏଏସ୍ ଟିନା ଡାବି UPSCରେ ଟପ୍‌ କରିଥିଲେ । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକପ୍ରିୟ ଥିଲେ। ସେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ସେ ଗତ ବର୍ଷ ଏପ୍ରିଲରେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏହି ବିବାହ ଜୟପୁରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ଏକ ପଞ୍ଚ ତାରକା ହୋଟେଲରେ ରିସେପ୍ସନ୍ କରିଥିଲେ। ଯେଉଁଥିରେ ସରକାରୀ କର୍ମଚାରୀଙ୍କ ସହ ରାଜନୈତିକ ବ୍ୟକ୍ତିତ୍ୱମାନେ ମଧ୍ୟ ଭାଗ ନେଇଥିଲେ।

ଆଇଏଏସ୍ ଟିନା ଡାବିଙ୍କ ସ୍ୱାମୀ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ବାସିନ୍ଦା। ସେ ୨୦୧୩ ବ୍ୟାଚ୍ର IAS ଅଧିକାରୀ ଏବଂ ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ ୪୭୮ ଥିଲା । ତାଙ୍କ ବିବାହ ବିଷୟରେ ଆଇଏଏସ୍ ଟିନା ଡାବି କହିଥିଲେ ଯେ ପ୍ରଦୀପ ଜଣେ ଅତି ସରଳ ହୃଦୟ ବ୍ୟକ୍ତି। ସେ ମଧ୍ୟ ଏକ ମରାଠୀ ପରିବାରରୁ ଏବଂ ମୋ ମା ମଧ୍ୟ ଏକ ମରାଠୀ ପରିବାରରୁ ଆସିଛନ୍ତି ।

୨୦୧୫ ରେ UPSC ପରୀକ୍ଷାରେ ଟପରେ ରହି ଟିନା ଲାଇମଲାଇଟରେ ଆସିଥିଲେ । ଏହା ପରେ ଟିନା ଆଇଏଏସ୍ ଅତହର ଆମୀର ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଥିଲେ । ଅତହରଙ୍କ ପରିବାର ଜାମ୍ମୁ କାଶ୍ମୀରରେ ରୁହନ୍ତି । ସେ ୨୦୧୫ ମସିହାରେ UPSC ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ । ଟିନାଙ୍କଠାରୁ ଛାଡପତ୍ର ପରେ ଅତହର ଡକ୍ଟର ମହରିନ୍ କାଜୀଙ୍କୁ ୧ ଅକ୍ଟୋବର ୨୦୨୨ ରେ ବିବାହ କରିଥିଲେ ।

Get real time updates directly on you device, subscribe now.