fbpx

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ ?

ନୂଆଦିଲ୍ଲୀ: ଜାମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏଥିସହ ନିର୍ବାଚନକୁ ନେଇ ଜାରି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏହିମଧ୍ୟରେ ବିଧାନସଭା ନିର୍ବାଚନରେ ବିଜୟକୁ ନେଇ ଦଳ ବରିଷ୍ଠ ନେତାଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ରବିବାର (ଅଗଷ୍ଟ ୨୫) ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର ଶୀର୍ଷ ନେତାଙ୍କ ସହ ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟର ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଫଳସ୍ୱରୂପ ଆଜି ବିଜେପି ନିର୍ବାଚନ ପାଇଁ ୪୪ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

ଜାମ୍ମୁ କାଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ୧୮ ସେପ୍ଟେମ୍ବରରେ ୨୪ଟି ଆସନ ପାଇଁ  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବିଜେପି ଏହାର ୧୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଇଂ ସୈୟଦ ଶୋକତ ଗୟୁର୍ ଆନ୍ଦ୍ରାବି(ପାମ୍ପୋର), ଅର୍ଶିଦ ଭଟ୍ଟ(ରାଜପୋରା), ଜାଭେଦ୍ ଅହମଦ କାଦରୀ(ଶୋପିଆଁ), ମୋହମ୍ମଦ ରଫିକ୍ ୱାନୀ(ପଶ୍ଚିମ ଅନନ୍ତନାଗ), Adv. ଶୈୟଦ ୱାଜାହତ୍‌(ଅନନ୍ତନାଗ), ସୋଫି ୟୁସୁଫ୍‌(ଶ୍ରୀଗୁଫୱାଡ଼ା- ବାଜିବେହାରା), ବୀର ଶରାଫ୍‌(ଇନ୍ଦରୱଲ), ସୁଶ୍ରୀ ଶଗୁନ ପରିହାର(କିସ୍ତୱାର), ସୁନିଲ ଶର୍ମା(ପାଡେର- ନାଗସେନୀ), ଦଲୀପ ସିଂହ ପରିହାର(ଭଦରୱାହ), ଗଜୟ ସିଂହ ରାନା(ଡୋଡା), ଶକ୍ତି ରାଜ ପରିହାର(ପଶ୍ଚିମ ଡୋଡା), ରାକେଶ ଠାକୁର(ରାମବାଣ) ଓ ସଲିମ ଭଟ୍ଟ(ବନିହାଲ)ଙ୍କୁ ଟିକେଟ ମିଳଛି । ସେହିପରି ଏହି ତାଲିକାରେ ପୂର୍ବତନ ଡେପୁଟି ସିଏମ୍ ତଥା ଜାମ୍ମୁ କାଶ୍ମୀର ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଡା. ନିର୍ମଳ ସିଂହଙ୍କୁ ଟିକେଟ ମିଳିନି । ୨୦୨୪ରେ ସେ ବିଲୱାର ଆସନରୁ ନିର୍ବାଚନ ଲଢ଼ିଥିଲେ । ପୂର୍ବତନ ଡେପୁଟି ସିଏମ୍ କବିନ୍ଦ୍ର ଗୁପ୍ତା, ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରୈନାଙ୍କୁ ବି ଟିକେଟ୍ ମିଳିନି । କହିରଖୁଛୁ ଆଜି ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା । ୨୬ଟି ଆସନ ପାଇଁ ସେପ୍ଟେମ୍ବର ୨୫ ଏବଂ ତୃତୀୟ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୪କୁ ଭୋଟ୍ ଗଣତି ହେବ ।

Get real time updates directly on you device, subscribe now.