fbpx

ଆଶ୍ଚର୍ଯ୍ୟ! ପୃଥିବୀପୃଷ୍ଠର ବାୟୁମଣ୍ଡରେ ହଠାତ୍ ଦୃଶ୍ୟମାନ ହେଲା ଏକ ଅଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ପୃଥିବୀର ବାୟୁମଣ୍ଡଳରେ ଅଚାନକ ଏକ ରହସ୍ୟମୟୀ ଜେଲୀଫିଶ ଆକାରର ଜିନିଷ ଦୃଶ୍ୟମାନ ହୋଇଛି । ଏହି ଅସାଧାରଣ ଦୃଶ୍ୟଟି ଲାଞ୍ଜ ଭଳି ଲମ୍ବିଛି । କିଛି ସମୟ ଦୃଶ୍ୟମାନ ହେବା ପରେ ଏହା ବାୟୁମଣ୍ଡଳରେ ଫାଟି ଯାଇଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ରୁଷର ବାୟୁମଣ୍ଡଳେରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ରୁଷର ଅମୁର ଓବ୍ଲାଷ୍ଟ ଅଞ୍ଚଳର ଲୋକମାନେ ଏହି ଦୃଶ୍ୟକୁ ଦେଖିଛନ୍ତି । କେହି ଜଣେ ଏହାକୁ କ୍ୟାମେରାରେ ରେକର୍ଡ କରି ୟୁଟ୍ୟୁବରେ ଶେୟାର କରିଥିଲେ । ଏଥିରେ ଧୂମକେତୁ ପରି ଏକ ଜିନିଷ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବାର ଦେଖାଯାଉଛି । ଏହି ଦୃଶ୍ୟ ଦେଖିବାକୁ ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏହା ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛି ।

ଏହି ଭିହିଓକୁ ଶୁଟ୍ କରିଥିବା ବାଳକ ଜଣଙ୍କ ରୁଷୀୟ ଭାଷାରେ କଥାବାର୍ତ୍ତା ହେଉଥିଲେ । ସେ ଏହି ଦୃଶ୍ୟକୁ ଦେଖିବା ପରେ ବହୁତ ଉତ୍ସାହିତ ଥିବା ତାଙ୍କର କଥାବାର୍ତ୍ତାରୁ ଜଣାପଡ଼ୁଥିଲା । ସେ ଜୁମ କରି ଏକି ଚମକଭରା ଜିନିଷକୁ ପାଖରୁ ଦେଖାଇବାକୁ ପ୍ରୟାସ କରିଥିଲେ । ଏହାପରେ ଏକ ଚମକଦାର ବିନ୍ଦୁ ନଜର ଆସିଥିଲା ।

ୟୁଜର ଜଣଙ୍କ ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଓ ମୋର ସାଙ୍ଗମାନେ ଆକାଶରେ ଏକ ଜିନିଷ ଚାଲୁଥିବାର ଦେଖିଥିଲୁ । ତାହା ଧୂମକେତୁ ପରି ଦୃଶ୍ୟମାନ ହେଉଥିଲେ ହେଁ ଧୀରେଧୀରେ ଗତି କରୁଥିଲା । ଆମେ ଭାବୁଥିଲୁ ତାହା ଏକ ରକେଟ୍ ମେଶିନ୍ । ମାତ୍ର କିଛି ସମୟ ପରେ ତାହା ଜେଲୀଫିଶ ପରି ଫାଟି ଯାଇଥିଲା । ତା’ର ଫାଟିବାର ଶବ୍ଦ ଆମ୍ଭେମାନେ ଶୁଣିଥିଲୁ ।

Get real time updates directly on you device, subscribe now.