Breaking: ବନ୍ଧୁକ ଛଡ଼ାଇ ନେଲେ ଅଭିଯୁକ୍ତ, ପୋଲିସ କଲା ଏନକାଉଣ୍ଟର

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ଶେଖ୍ ଆଶିଷ୍ ସହ ଅଭିଷେକ ବାରିକକୁ ଏନକାଉଣ୍ଟର କରାଯାଇଥିବା ସୂଚନା ।

ବେଲପାହାଡ- ଝାରସୁଗୁଡ଼ା ରାସ୍ତା ଆମଧୋର ନିକଟରେ ଏନକାଉଣ୍ଟ କରିଛି ପୋଲିସ ।

ଏନକାଉଣ୍ଟର ନେଇ ପ୍ରେସ୍ କନଫରେନ୍ସ କରି ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସପି ।

କୋର୍ଟରେ ହାଜର କରିବାକୁ ଯିବାବେଳେ ପୋଲିସ ଉପରକୁ ୨ ଅଭିଯୁକ୍ତ ଆକ୍ରମଣ କରିଥିଲେ ।

ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଫୁଟାଇଥିବାବେଳେ ପ୍ରତିରକ୍ଷା ଦୃଷ୍ଟିରୁ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଥିବା ସୂଚନା ।