fbpx

୨୦୦ ଟଙ୍କା ଶସ୍ତା ହେଲା Jio 666 Prepaid Plan! ଏପରି ରିଚାର୍ଜ କଲେ ମିଳିବ ଫାଇଦା

ନୂଆଦିଲ୍ଲୀ: Jio ଲଗାତାର ନିଜ ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ କରୁଛି । ଆଜି ଆମେ Jioର ସେହି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯାହା ସର୍ବାଧିକ ବିକ୍ରି ହେଉଛି । ଆମେ Jioର 666 Prepaid Plan ବିଷୟରେ କହୁଛୁ । ଏହି ପ୍ଲାନ୍ ଅଧିକ ବିକ୍ରି ହେବା ପଛରେ ଅନେକ କାରଣ ରହିଛି । ଏହି ପ୍ଲାନକୁ ଆପଣ ୨୦୦ ଟଙ୍କା ଶସ୍ତାରେ ମଧ୍ୟ ରିଚାର୍ଜ କରିପାରିବେ, ଆସନ୍ତୁ ଜାଣିବା କିପରି…

Jio 666 Prepaid Planର ବୈଧତା ୮୪ ଦିନ ରହିଛି । ୮୪ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳୁଛି । ଏହା ବ୍ୟତୀତ ଆପଣଙ୍କୁ ପ୍ରତିଦିନ ୧୦୦ ଟି ଏସଏମଏସ ସୁବିଧା ମଧ୍ୟ ଦିଆଯାଉଛି । ଆପଣ ୮୪ ଦିନ ପାଇଁ ଅସୀମିତ କଲ୍ ମଧ୍ୟ ପାଇପାରିବେ । ଏହା ସହିତ Jio Appsର ଆକ୍ସେସ୍ ମଧ୍ୟ ଦିଆଯାଉଛି ।

ଏପରି କରନ୍ତୁ ରିଚାର୍ଜ :-
Amazon Pay Jio ରିଚାର୍ଜ ଉପରେ ଜବରଦସ୍ତ ଅଫର ଦେଉଛି । ଯଦି ଜଣେ ନୂଆ ଉପଭୋକ୍ତା Amazon Pay ରେ ଏହି ରିଚାର୍ଜ କରନ୍ତି, ତେବେ ସେ ୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏଥିସହ ଯଦି ଜଣେ ନୂଆ ଉପଭୋକ୍ତା Jio ରିଚାର୍ଜ କରନ୍ତି, ତେବେ ସେ ୨୫ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ । କିନ୍ତୁ ଏଥିପାଇଁ କମ୍ପାନୀ ନୀତି ଲାଗୁ ହେବ । ଏହା ଅଧୀନରେ, ରିଚାର୍ଜ ଉପରେ ପୁରସ୍କାର ଭାବରେ ଟଙ୍କା ଦିଆଯିବ । ସେଥିପାଇଁ ରିଚାର୍ଜ କରିବା ପୂର୍ବରୁ ଆପଣ ଏହା ବିଷୟରେ ଜାଣିବା ଉଚିତ୍ ।

Get real time updates directly on you device, subscribe now.