ସିଆଚିନ୍ ଗ୍ଲେସିୟରରେ ପହଞ୍ଚିଲା Jio, -50 ଡିଗ୍ରୀରେ ଚାଲିବ 5G ନେଟୱାର୍କ !

ନୂଆଦିଲ୍ଲୀ: ସଫଳତା ପରେ ସଫଳତା ହାତେଇ ଚାଲିଛି ଜିଓ । ବିଶ୍ବର ସର୍ବବୃହତ ଯୁଦ୍ଧକ୍ଷେତ୍ର ସିଆଚିନ୍ ଗ୍ଲେସିୟରରେ 5ଜି ସେବା ଆରମ୍ଭ କରିଛି । ଜାନୁୟାରୀ ୧୫ରେ ସେନା ଦିବସ ଅବ୍ୟବହିତ ପୂର୍ବରୁ ସିଆଚିନ୍ ଗ୍ଲେସିୟରରେ ୪ଜି ଏବଂ ୫ଜି ସେବା ଆରମ୍ଭ କରିଛି ।

ଏନେଇ ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି । ସିଆଚିନ୍ ଗ୍ଲେସିୟର ଉପରେ ପ୍ରଥମ 5ଜି ମୋବାଇଲ ଟାଓ୍ବାର ସ୍ଥାପନ କରିଛି ।

ଏଠାର ଜିଓ ପ୍ରଥମ କମ୍ପାନୀ ଭାବେ ଟାଓ୍ବାର ସ୍ଥାପନ କରିଛି । କେତେକ ସମୟରେ ଏହା ମାଇନସ 50 ଡିଗ୍ରୀ ଯାଏଁ ମଧ୍ୟ ଯାଇଥାଏ ।

ଜିଓ ସେନା ସହ ମିଳିତ ଭାବରେ ଫାୟାର ଏଣ୍ଡ ଫ୍ୟୁରି ସିଗନାଲର୍ ଏବଂ ସିଆଚେନ୍ ୱାରିୟର୍ସ ଉତ୍ତର ଗ୍ଲାସିଅରରେ ୫ଜି ଟାୱାର ସ୍ଥାପନ କରିବାରେ ସଫଳ ହୋଇପାରିଛନ୍ତି ।

ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ଜିଓ ଭାରତୀୟ ସେନା ସହିତ ସହଭାଗୀ ହୋଇଛି ଏବଂ ଏହି ଅଞ୍ଚଳର ସୈନିକମାନଙ୍କୁ ହାଇ-ସ୍ପିଡ୍ ଡାଟା ସଂଯୋଗ ପ୍ରଦାନ କରିବା ପାଇଁ ଏହାର ପୂର୍ବ-ବିନ୍ୟାସିତ ନେଟୱାର୍କ ଉପକରଣ ନିୟୋଜିତ କରିଛି ।

ଏନେଇ ସେନା ପକ୍ଷରୁ କୁହାଯାଇଛି ଯେ, ଅଦ୍ୟମ ସଫଳଳା ସାହାସୀ ସୈନ୍ୟମାନଙ୍କ ପାଇଁ ସମର୍ପିତ ।