fbpx

ଇଂଲଣ୍ଡ ଟିମକୁ ଲାଗିଲା ବଡ ଝଟକା: ଟେଷ୍ଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଲେ ଜୋ ରୁଟ

Advertisement

ନୂଆଦିଲ୍ଳୀ: ଇଂଲଣ୍ଡ କ୍ରିକେଟ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଟେଷ୍ଟ ଟିମର ଅଧିନାୟକ ଜୋ ରୁଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆସେସ ସିରିଜରେ ଦଳର ଖରାପ ପ୍ରଦର୍ଶନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଡ୍ର ରକିଛି ଇଂଲଣ୍ଡ । ତେଣେୁ ଆଇସିସିର ଟେଷ୍ଟ ଚମ୍ପିଆନସିପ ତାଲିକାରେ ଇଂଲଣ୍ଡ ଶେଷ ସ୍ଥାନରେ ରହିଛି । ତେଣୁ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ରୁଟ ।

ଇଂଲଣ୍ଡକୁ ସବୁଠୁ ଅଧିକ ୨୭ ମ୍ୟାଚ ଜିତାଇଥିବା ଅଧିନାୟକ ହେଉଛନ୍ତି ରୁଟ । ୨୦୧୭ ମସିହାରେ ସାର ଆଲେଷ୍ଟର କୁକଙ୍କ ଉତ୍ତରାଧିକାରୀ ଭାବରେ ସେ ନିଯୁକ୍ତ ହେବା ପରେ ଅନେକ ବଡ ଟୁର୍ଣ୍ଣାମେଣ୍ଟ ଜିତି ଦଳର ନେତୃତ୍ୱ ନେଇଥିଲେ । ଏଥିରେ ଭାରତ ବିପକ୍ଷରେ ୨୦୧୮ ମସିହାରେ ୪-୧ରେ ବିଜୟ ହାସଲ କରିଥିଲେ ଜୋ ରୁଟ । ଏଥିସହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୧ରେ ଶୃଙ୍ଖଳା ଜିତି ଶ୍ରେଷ୍ଠ ଅଦିନାୟକର ଉପାଧି ପାଇଥିଲେ । ଶ୍ରୀଲଙ୍କାକୁ ୨୦୧୮ରେ ଘରୋଇ ମାଟିରେ ମାତ ଦେଇଥିଲା ରୁଟଙ୍କ ନେତୃତ୍ୱରେ ଖେଳୁଥିବା ଟିମ ଇଂଲଣ୍ଡ । ରୁଟଙ୍କ ଅଧିନାୟକତ୍ୱରେ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ସିରିଜ ବିଜୟ କରିଥିଲା ।

ଜଣେ ଅଧିନାୟକ ଭାବରେ ବ୍ୟାଟିଂରେ ମଧ୍ୟ ଖୁବ ସଫଳତା ପାଇଛନ୍ତି ରୁଟ । ଟେଷ୍ଟ କ୍ରିକେଟରେ ୧୪ ଶତକ ସହ ଆଲିଷ୍ଟାର କୁକଙ୍କ ପରେ ସେ ଦ୍ୱିତୀୟ ସର୍ବଶ୍ରେଷ୍ଠ ରନ ସ୍କୋରର ପାଲଟିଛନ୍ତି । ସବୁଠୁ ଅଧିକ ରନ ବନାଇବାରେ ଇଂଲଣ୍ଡ ପାଇଁ ସର୍ବାଧିକ ଏବଂ ପୃଥିବୀର ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଛନ୍ତି ଜୋ ରୁଟ । ତେବେ ତାଙ୍କ ପୂର୍ବରୁ ଗ୍ରୀମ ସ୍ୱିଥ, ଏଲନ ବୋର୍ଡର, ରିକି ପଣ୍ଟିଙ୍ଗ, ଏବଂ ବିରାଟ କୋହଲି ଏହି ତାଲିକାରେ ରହିଛନ୍ତି ।

Get real time updates directly on you device, subscribe now.