ଶୀତଦିନ ଆରମ୍ଭ ହେବା ମାତ୍ରେ ବହୁତ ଲୋକଙ୍କ ଗଣ୍ଠି ଯନ୍ତ୍ରଣା ବଢିଯାଏ । ଶୀତଦିନେ ତାପମାତ୍ରା କମିବା ମାତ୍ରେ ଶରୀରରେ ମାଂସପେଶୀ ଟାଣିହେବା ଆରମ୍ଭ କରେ । ଯେଉଁ କାରଣରୁ ଗଣ୍ଠିର ଆଖପାଖ ସ୍ଥାନରେ କଷ୍ଟ ହେବା ଆରମ୍ଭ କରେ । ଯଦି ଆପଣଙ୍କର ଏହି ଗଣ୍ଠି ଯନ୍ତ୍ରଣା ଶୀତଦିନେ ବଢିଯାଉଛି ତେବେ ଆସନ୍ତୁ ଜାଣିବା ଏଥିରୁ କିପରି ଆର୍ୟୁବେଦିକ ଉପାୟରେ ମୁକ୍ତି ପାଇବେ ।
ଆର୍ୟୁବେଦ ଅନୁଯାୟୀ, ପ୍ରତିଦିନ ସକାଳୁ ଖାଲି ପେଟରେ ଘିଅ ଏବଂ ହେଳଦୀର ସେବନ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆରମ ମିଳିଥାଏ । ହଳଦୀରୁ କରକ୍ୟୁମିନ ନାମକ କଂପାଉଣ୍ଡ ମିଳିଥାଏ । ଯାହା ନିଜର ଆଣ୍ଟି-ଇପ୍ଲେମେଟରୀ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ପାଇଁ ଜଣାଶୁଣା । ଗଣ୍ଠି ସ୍ୱାସ୍ଥ୍ୟ ପାଇଁ ଏହା ଲାଭଦାୟକ ଅଟେ । ହଳଦୀ ସେବାନ ଦ୍ୱାରା ଗଣ୍ଠି ଯନ୍ତ୍ରଣା କମିଯାଏ ଏବଂ ପୋଡାଜଳାରୁ ମଧ୍ୟ ମୁକ୍ତି ମିଳିଥାଏ ।
ଘିଅରେ ମଧ୍ୟ କରମ୍ୟୁମିନ ମିଳିଥାଏ । ଏହା ବ୍ୟତୀତ ଏହା ନିଜର ଲୁବ୍ରିକେଟିଙ୍ଗ ପ୍ରପର୍ଟିଜ ପାଇଁ ମଧ୍ୟ ଜଣାଶୁଣା । ଘିଅର ସେବନ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଘିଅରେ ଲୁବ୍ରିକେଣ୍ଟ ପ୍ରପର୍ଟିଜ ମିଳିଥାଏ, ଯାହା ଯନ୍ତ୍ରଣା ମଧ୍ୟରେ ହେଉଥିବା ଘର୍ଷଣକୁ କମ କରିଥାଏ । ଏଥିସହ ଏହାକୁ ସୁସ୍ଥ କରିଥାଏ ।
ସକାଳୁ ଖାଲି ପେଟରେ ଘିଅର ସେବନ କରିବା ଦ୍ୱାରା ଖାଦ୍ୟ ହଜମ ସଠିକ ଭାବେ ହୁଏ ଏବଂ ସମସ୍ତ ଟକ୍ସିନ ଶରୀରରୁ ଅତି ସହଜରେ ବାହାରକୁ ବାହାରିଯାଏ ।