fbpx

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଆହତ କାରଣରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମୁକାବିଲା କରିବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଲଣ୍ଡନର ଓଭାଲରେ ଜୁନ୍ ୭ ରୁ ଖେଳାଯିବ। ତେବେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆରମ୍ଭ ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଆହତ କାରଣରୁ କଙ୍ଗାରୁ ଦଳର ଦ୍ରୁତ ବୋଲର ଜଶ ହାଜଲେଉଡ୍ ଫାଇନାଲ ମ୍ୟାଚରୁ ବାଦ ପଡିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଶେଷ ହୋଇଥିବା ୧୬ ତମ ସିଜନରେ ଜସ୍ ହାଜଲେଉଡ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ। ଏଠାରେ ମଧ୍ୟ ଆହତ କାରଣରୁ ହାଜଲେଉଡ୍ ସିଜିନ୍ ଶେଷ ପୂର୍ବରୁ ଅଷ୍ଟ୍ରେଲିଆ ଫେରିଯାଇଥିଲେ। ଏବେ ହାଜଲେଉଡ୍ ପୁଣି ଆହତ ହେବାରୁ ଫାଷ୍ଟ ବୋଲିଂ ଅଲରାଉଣ୍ଡର ମାଇକେଲ ନେସରଙ୍କୁ ହାଜଲେଉଡଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି।

Get real time updates directly on you device, subscribe now.