ଭାରତ ଏକ ଅଗ୍ରଗତି କରୁଥିବା ଦେଶ, ଆମେ ତାଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁନାହୁଁ: ଭିସା ରଦ୍ଧ ପରେ ଟ୍ରୁଡୋଙ୍କ ବିବୃତ୍ତି
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଗୁରୁବାର ଦିନ କହିଛନ୍ତି ଯେ, ସେମାନଙ୍କ ସରକାର ଭାରତକୁ ଉତ୍ତେଜିତ ବା ସସସ୍ୟା ସୃଷ୍ଟି କରିବାକୁ ପ୍ରୟାସ କରୁନାହାନ୍ତି । ଭାରତ ଏକ ଅଗ୍ରଗତି ଗୁରୁତ୍ୱପୂର୍ଣ୍ଣ ଦେଶ । ଟ୍ରୁଡୋ ସୋମବାର ଦିନ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଏଥିରେ ସାମିଲ ହେବାର ଅଭିଯୋଗ ଲଗାଇଥିଲେ । ଏହା ପରେ ଦୁଇ ଦେଶଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଯାଇଛି ।
ପଶ୍ଚିମ ସହିତ ଭାରତର ସଂପର୍କ ଏବଂ ନିଜ୍ଜର ହତ୍ୟାକାଣ୍ଡରେ କାନାଡାର ସହଯୋଗୀମାନଙ୍କ ସମ୍ବନ୍ଧରେ ଟ୍ରୁଡୋ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ ଏକ ଅଗ୍ରଗତି କରୁଥିବା ଗୁରୁତ୍ୱପୂର୍ଣ୍ଣ ଦେଶ । ଏହା ଏପରି ଏକ ଦେଶ ଯାହା ସହ ଆମେ ସେହି କ୍ଷେତ୍ର ନୁହେଁ ବରଂ ସମଗ୍ର ଦୁନିଆରେ କାମ କରିବୁ । ଆମେ ଉତ୍ତେଜନା ବା ସମସ୍ୟା ସୃଷ୍ଟି କରିବାକୁ ବିଚାର କରୁନାହୁଁ । ହେଲେ ଆମେ ଆଇନ ସାମ୍ନାରେ ମହତ୍ତ୍ୱ ପାଇଁ ସ୍ପଷ୍ଟ ଅଛୁ । କାନାଡିୟମାନଙ୍କୁ ସୁରକ୍ଷିତ ରଖିବା ଏବଂ ଆନ୍ତର୍ଜାତୀୟ ନିୟମ-ଆଧାରିତ କ୍ରମକୁ ବଜାୟ ରଖିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ।
ସୂଚନାଯୋଗ୍ୟ ଯେ, ଜୁନ୍ରେ ହାର୍ଦ୍ଦିକ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା। ନିଜାର ଜଣେ ଆତଙ୍କବାଦୀ ଥିଲେ। ୨୦୨୦ ରେ ଭାରତ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା। ଟ୍ରୁଡୋ ନିଜାର ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ କାନାଡାରେ ଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି। ଯେତେବେଳେ କାନାଡା ସରକାର ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଥିଲେ, ଏହାର ଉତ୍ତରରେ ଭାରତ ମଧ୍ୟ ଜଣେ କାନାଡିୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। କାନାଡା ନାଗରିକଙ୍କ ପାଇଁ ଭାରତ ଗତକାଲି ଭିସା ବନ୍ଦ କରିଦେଇଛି।