fbpx

ବିହାର କଂଗ୍ରେସ ସଭାପତି ପଦ ସମ୍ଭାଳିବେ କହ୍ନେୟା କୁମାର! ରାହୁଲ ଗାନ୍ଧୀ ନେବେ ଚୂଡ଼ାନ୍ତ ନିଷ୍ପତି

ବିହାରରେ କଂଗ୍ରେସ ସଭାପତି ପଦକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝାଙ୍କ ଇସ୍ତଫା ପରେ ନୂଆ ସଭାପତି କିଏ ହେବ ସେ ନେଇ ଭବିଷ୍ୟବାଣି ଆରମ୍ଭ ହୋଇଗଲାଣି । ଏହା ଭିତରେ ଖବର ଆସିଛି ଯେ ବିହାର କଂଗ୍ରେସ ସଭାପତି ପଦ କହ୍ନେୟା କୁମାର ସମ୍ଭାଳି ପାରନ୍ତି । କାରଣ ବିହାରରେ ଏବେ କଂଗ୍ରେସ କୌଣସି ଦଳ ସହିତ ସମ୍ପର୍କ ରଖି ନାହିଁ । ଏହାର କାରଣ କହ୍ନେୟା କୁମାର ବୋଲି କୁହାଯାଉଛି । କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପସନ୍ଦ କହ୍ନେୟା କୁମାର । କିନ୍ତୁ ପାର୍ଟି ହାଇକମାଣ୍ଡ ଏପର୍ଯ୍ୟନ୍ତ ଏହି ବିଷୟରେ ଆଲୋଚନା କରି ନଥିବା କୁହାଯାଉଛି ।

ତେବେ ବିହାରର ରାଜନୈତିକ ଗତିବିଧିକୁ ଦୃଷ୍ଟିରେ ରଖି ଜାତିଗତ ଭୋଟର ମାନଙ୍କୁ ନିଜ ପକ୍ଷକୁ ଆଣିବା ଲାଗି କଂଗ୍ରେସ କହ୍ନେୟା କୁମାରଙ୍କୁ ଏହି ଦାୟିତ୍ୱ ଭାର ଦେଇପାରେ । ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବିକ କହ୍ନେୟା ପଛୁଆ ବର୍ଗରୁ ଆସୁଥିବାରୁ ଏବଂ ରାଜ୍ୟରେ ଦଳ ବିଜେପିକୁ ଟକ୍କର ଦେବାକୁ କହ୍ନେୟାଙ୍କୁ ଦଳର ସଭାପତି କରିପାରେ । କାରଣ ରାଜ୍ୟରେ ପାର୍ଟି ପାଖରେ ଅନ୍ୟ କୌଣସି ନେତା ନାହାନ୍ତି ଯେ ବିଜେପିକୁ ଟକ୍କର ଦେଇ ପାରିବେ ।

କହ୍ନେୟା କୁମାର ରାଜ୍ୟ କଂଗ୍ରେସ ସଭାପତି ହେବେ କି ନାହିଁ, ଏହି ପ୍ରସଙ୍ଗରେ ବରିଷ୍ଠ ନେତା ମାନେ ଚୁପ୍ ରହିବା ଶ୍ରେୟ ମଣୁଛନ୍ତି । ଏହାରି ଭିତରେ ସଭାପତି ପଦ ପାଇଁ ଅନେକ ନେତାଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ରାଜ୍ୟରେ ଯଦି ଦଳ ମୁସଲିମ ଭୋଟରଙ୍କୁ ହାତକୁ ଆଣିବାକୁ ଚାହୁଁଛି, ତେବେ ଏହି କ୍ରମରେ ସକିଲ ଅହମ୍ମଦ ଖାନ ସବୁଠୁ ଆଗରେ ରହିଛନ୍ତି । ତେବେ ବିହାର କଂଗ୍ରେସ ସଭାପତି ପଦକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ କାହାକୁ ଏହି ଦାୟିତ୍ୱ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

Get real time updates directly on you device, subscribe now.