ମହାଦେବଙ୍କ ଜଳାଭିଷେକ କରି ଫେରୁଥିଲେ ଶ୍ରଦ୍ଧାଳୁ: ଚଢ଼ିଗଲା ବସ୍, ଚାଲିଗଲା ଜୀବନ
ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ବେଳେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ବସ୍ । ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ।
ଜଗତସିଂହପୁର: ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରୁଥିବା ବେଳେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ବସ୍ । ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ପୁରୀ ଅଞ୍ଚଳର ବୋଲି ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ନାଉଁଗା ଥାନା ପାଳସାହି ଠାରେ ଏଭଳି ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି ।
ନାଉଗାଁରୁ ଜଗତସିଂହପୁର ଯାଉଥିବା ସାଇକୃଷ୍ନା ବସ ଏହି ଦୁର୍ଘଟଣା ଘଟାଇ ଥିବା ଜଣାପଡ଼ିଛି। ଏଣେ ଗୁରୁତରଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।