କମଲ ହସନଙ୍କ ପୂର୍ବତନ ପତ୍ନୀଙ୍କ ସହ ଚାଲିଥିଲା କପିଲ ଦେବଙ୍କ ଆଫେୟାର, କିନ୍ତୁ ଏହି କାରଣ ପାଇଁ କରିନଥିଲେ ବିବାହ

ଓଡ଼ିଶା ଭାସ୍କର: ବଲିଉଡ ଜଗତରେ ଆଫେୟାର ଓ ବ୍ରେକଅପ୍ ସାଧାରଣ କଥା । ଅଧିକାଂଶ ସେଲିବ୍ରିଟି ସେମାନଙ୍କ ବ୍ୟକ୍ତିଗତ କଥାକୁ ଗୋପନ ରଖୁଥିବାବେଳେ କିଛି ଲାଇମଲାଇଟରେ ରହିବା ପାଇଁ ଏହାକୁ ଲୋକଲୋଚନ କରିଥାନ୍ତି । ଇଣ୍ଡଷ୍ଟ୍ରିରେ ଯୋଡ଼ି କେବଳ କଳାକାରଙ୍କୁ ନେଇ ନଥାଏ ବରଂ ବିଶିଷ୍ଟ ଖେଳାଳି, ବ୍ୟବସାୟୀ ଆଦିଙ୍କୁ ନେଇ ମଧ୍ୟ ଆଫେୟାର ଚର୍ଚ୍ଚାର ବିଷୟ ପାଲଟିଥାଏ । ଏଥିମଧ୍ୟରେ କମଲ ହସନଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ସାରିକା ହସନଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର କପିଲ ଶର୍ମାଙ୍କ ରିଲେସନସିପକୁ ଦିନେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଦୁହିଁଙ୍କ ଭାଗ୍ୟରେ କିଛି ଭିନ୍ନ ଲେଖାଥିଲା ।

୭୦ ଦଶକରେ ଏକ କମନ୍ ଫ୍ରେଣ୍ଡ୍ ମାଧ୍ୟମରେ ଉଭୟ ସାରିକା ଏବଂ କପିଲ ପରସ୍ପରକୁ ଭେଟିଥିଲେ । ସେତେବେଳେ ଉଭୟ ସେମାନଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ । ପ୍ରଥମ ଦେଖା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଥିଲା । ଏହା ପରେ ସେମାନେ ରିଲେସନସିପରେ ରହିଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲା । କପିଲ ତାଙ୍କ ଠାରୁ ବ୍ରେକଅପ୍ କରିଥିଲେ । ବାସ୍ତବରେ କପିଲ ସାରିକାଙ୍କ ସହ ରିଲେସନସିପରେ ଥିବା ସମୟରେ ସେ ରୋମୀ ଭାଟିଆ (ବିଜନେସ୍ ୱମେନ୍‌)ଙ୍କୁ ଭେଟି ଥିଲେ । ଏହା ପରେ କପିଲ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହି କଥା ସେ ସାରିକାଙ୍କୁ ଜଣାଇବା ପରେ ବ୍ରେକ୍‌ଅପ୍ କରିଥିଲେ । ବ୍ରେକଅପର କିଛି ବର୍ଷ ପରେ ଅର୍ଥାତ ୧୯୮୮ ମସିହାରେ ସାରିକା ତାମିଲ ଅଭିନେତା କମଲ ହସନଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୦୪ରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା । ପରେ ଉଭୟ ଶ୍ରୁତି ଏବଂ ଅକ୍ଷରା ହସନଙ୍କ ମାତାପିତା ହେବାର ଗୌରବ ଅର୍ଜନ କରିଥିଲେ । ଆଜି ଶ୍ରୁତି ବଲିଉଡ ତଥା ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ ।

Get real time updates directly on you device, subscribe now.