fbpx

ଜୁଡୋରେ କାଂସ୍ୟ ପଦକ ଜିତିଲେ କପିଲ ପରମାର, ଅଷ୍ଟମ ଦିନରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି

ପ୍ୟାରିସ୍‌: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଜୁଡୋ ଖେଳାଳି କପିଲ ପରମାର । ଅଷ୍ଟମ ଦିନରେ ଭାରତକୁ ଜିତାଇଲେ ୨୫ତମ ପଦକ । ଜୁଡୋର ୬୦ କିଲୋଗ୍ରାମ ବର୍ଗରେ କପିଲ କାଂସ୍ୟ ପଦକ ଜିତିଛନ୍ତି । ପ୍ଲେ ଅଫ୍ ରାଉଣ୍ଡରେ କପିଲ ବ୍ରାଜିଲର ଏଲିଏଟନ୍ ଡି ଓଲିଭୋରିୟାଙ୍କୁ ସହଜରେ ପରାସ୍ତ କରିଥିଲେ । ପାରାଲିମ୍ପିକ୍ସ ଇତିହାସରେ କପିଲ ଜୁଡୋରେ ପଦକ ଜିତିଥିବା ପ୍ରଥମ ଭାରତୀୟ । ବର୍ତ୍ତମାନ ୫ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୧ଟି କାଂସ୍ୟ ପଦକ ସହ ଭାରତର ୧୪ତମ ସ୍ଥାନରେ ରହିଛି ।

ଗୁରୁବାର ୨୪ ବର୍ଷୀୟ କପିଲ ପରମାର ପ୍ୟାରିସ୍ ପାରାଲିମ୍ପିକ୍ସ ଜୁଡୋ(J1) ବର୍ଗରେ ଦୃଷ୍ଟିବାଧିତ ହେବା ସତ୍ତ୍ୱେ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଭେନେଜୁଏଲା କେ ମାର୍କୋ ଡେନିସ୍ ବ୍ଲାଙ୍କୋଙ୍କୁ ୧୦-୦ରେ ପରାସ୍ତ କରିଥିଲେ । କିନ୍ତୁ ସେମିଫାଇନାଲରେ ଇରାନର କେ.ଏସ୍ ବନିତାବା ଅବାଦୀ ୦-୧୦ରେ କପିଲଙ୍କୁ ପରାସ୍ତ କରିଥିଲେ । ୨୦୨୨ରେ ସେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ।

 

 

Get real time updates directly on you device, subscribe now.