fbpx

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର: ଅନେକ ଯାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ୱର ସୋରଠାରେ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ବାହାନଗା ଷ୍ଟ୍ରେସନ ନିକଟରେ ଏକ ମାଲବାହୀ ଟ୍ରେନକୁ ଏକ୍ସପ୍ରେସ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଦୁର୍ଘଟଣାରେ ଅନେକ ଗୁଡାଏ ବଗି ଓଲଟି ପଡିଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କୋଲକାତାରୁ ଭୁବନେଶ୍ୱର ଆସୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଛି କରମଣ୍ଡଳ ଏକ୍ସପ୍ରେସ । ତେବେ ବାଲେଶ୍ୱର ମାଲବାହୀ ଟ୍ରେନକୁ ଧକ୍କା ଦେଇ ଏକ୍ସପ୍ରେସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

 

Get real time updates directly on you device, subscribe now.