fbpx

କାରଗିଲ ବିଜୟ ଦିବସ: ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ : କାରଗିଲ ବିଜୟ ଦିବସକୁ ୨୨ ବର୍ଷ ପୂରଣ ହୋଇଛି । ଏଥିରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ୨୨ତମ କାରଗିଲ ବିଜୟ ଦିବସକୁ ପାଳୁଛନ୍ତି ସାରା ଦେଶବାସୀ । ତେବେ ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଜିତିଥିଲା ଭାରତ । ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ । ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା ।

କାଶ୍ମୀର କାରଗିଲ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟୀ ହୋଇଥିବା ଭାରତୀୟ ସେନା । ପରେ ଏଲଓସି ନିକଟବର୍ତ୍ତୀ କାରଗିଲରେ ଟାଇଗର ହିଲ, ଟ୍ରୋଲ ଲିଙ୍ଗ ଭଳି ପର୍ବତ ଶିଖର ଉପରେ ଫରଫର୍ ହୋଇ ଉଡିଥିଲା ତ୍ରିରଙ୍ଗା । କର୍ଣ୍ଣେଲ ବିଜୟ କୁମାର ସେହି ସମୟରେ କ୍ୟାପଟେନ୍ ଥିଲେ । ଶ୍ରୀନଗର-ଲେହ ଜାତୀୟ ରାଜପଥ ନିକଟରେ ସେ ଏକ ଇଫେଣ୍ଟ୍ରି ବାଟାଲିୟନରେ ରେଜିମେଣ୍ଟାଲ ମେଡିକାଲ ଅଧିକାରୀ ପଦରେ ମୁତୟନ ଥିଲେ । ୧୯୯୯ ମେ’ ମାସ ୮ରେ ତାଙ୍କୁ ମେସେଜ ମିଳିଥିଲା ଯେ, ୟୁନିକକୁ ଦ୍ରାସ ସେକ୍ଟର ନିଆଯିବ । କାରଣ ସେଠାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେବାର ଅଛି । ତେବେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା  ଭାରତୀୟ ଯବାନଙ୍କ ପାଇଁ ପ୍ରତିବର୍ଷ ବିଜୟ ଦିବସ ପାଳନ କରାଯାଉଛି ।

Get real time updates directly on you device, subscribe now.