ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ୨୦୦୩ରେ କ୍ରାଇମ୍ ଥ୍ରିଲର ଫିଲ୍ମ ‘ବୁମ୍’ରୁ ସେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ‘ମୈନେ ପ୍ୟାର କ୍ୟୁଁ କିୟା’ ଫିଲ୍ମରୁ ମିଳିଥିବା ଷ୍ଟାରଡମ ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ । ନିଜ ଅଭିୟନର ଯାଦୁରେ ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ କରିପାରିଥିଲେ । ଭିକି କୌଶଲଙ୍କୁ ବିବାହ କରିବା ପରେ ସେ ଲାଇମଲାଇଟରୁ ଦୂରରେ ଅଛନ୍ତି ।
ଦିନେ ବଲିଉଡର ଶୀର୍ଷ ଅଭିନେତ୍ରୀଙ୍କ ତାଲିକାରେ କ୍ୟାଟ୍ରିନାଙ୍କ ନାଁ ସାମିଲ ଥିଲା । ଆଜି ତାଙ୍କର କ୍ୟାରିୟର ସଫଳ ହୋଇପାରିଛି କେବଳ ଜଣେ ଅଭିନେତାଙ୍କ ପାଇଁ । ଜନ୍ ଇବ୍ରାହିମଙ୍କ ଫିଲ୍ମ ‘ସାୟା’ରେ କ୍ୟାଟ୍ରିନାଙ୍କୁ ଲିଡ୍ ଚରିତ୍ରରୁ ବାହାର କରିଦେଇଥିଲେ । ଏହା ପରେ ତାରା ଶର୍ମାଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା । ସେହି ସମୟରେ କ୍ୟାଟ୍ରିନାଙ୍କୁ ଲାଗିଥିଲା ଯେମିତି ତାଙ୍କ କ୍ୟାରିୟର ଶେଷ ହୋଇଯିବ । ଏହା ପରେ କ୍ୟାଟ୍ରିନା କାନ୍ଦି କାନ୍ଦି ସଲମାନଙ୍କ ପାଖକୁ ଯାଇଥିଲେ । ଏଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ସଲମାନ ଖାନ୍ ତାଙ୍କୁ ସହଯୋଗ କରିଥିଲେ । ଭାଇଜାନଙ୍କୁ ଭେଟିଲା ପରେ କ୍ୟାଟ୍ରିନାଙ୍କ କ୍ୟାରିୟରକୁ ନୂତନ ଦିନ ମିଳିଥିଲା । ସଲମାନଙ୍କ ପରାମର୍ଶ ଅନୁଯାୟୀ ସେ ହିନ୍ଦୀ କହିବା ଶିଖିଥିଲେ । ଏହା ପରେ କ୍ୟାଟ୍ରିନାଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଅଫର ମିଳିଥିଲା । ତାଙ୍କ ଅଭିନୟ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଥିଲା ।