ରାତିରେ ଶୋଇବା ବେଳେ ତକିଆ ତଳେ ରସୁଣ ରଖି ଶୁଅନ୍ତୁ, ଧନର ଅଭାବ ରହିବନି
ରସୁଣର ଅନେକ ଉପକାରିତା ରହିଛି। ରାତିରେ ମୁଣ୍ଡତଳେ ରସୁଣ ରଖି ଶୋଇଲେ ମିଳିବ ଅଜବ ଫାଇଦା। ଘର ଛାଡ଼ି ଯିବେନି ଲକ୍ଷ୍ମୀ।
ନୂଆଦିଲ୍ଲୀ: ସୁଖ ଓ ଶାନ୍ତିର ନିଦ ପାଇଁ ଲୋକ କାହିଁ କେତେ ଉପାୟ କରନ୍ତି। ଶୋଇବା ବେଳେ ମୁଣ୍ଡ ତଳେ ବିଭିନ୍ନ ପ୍ରକାରର ଜିନିଷ ଦେଇ ଶୁଅନ୍ତି। ଯେପରିକି ମନରେ ଶାନ୍ତି ରହିବ। ଏବଂ ନିଦ ଭଲ ହେବ।
କେବଳ ସେତିକି ନୁହେଁ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଲୋକ ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରିଥାନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା ସାମଗ୍ରୀ ବା ରସୁଣରେ ଆପଣଙ୍କର ଏହିସବୁ ସମସ୍ୟା ଦୂର ହୋଇପାରିବ।
ଜ୍ୟୋତିଷ ଶାସ୍ତ୍ର: ଭଲ ନିଦ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପଚାର ଦିଆଯାଇଛି। ଯାହାକି ବ୍ୟକ୍ତିର ଜୀବନରେ ସକାରାତ୍ମକ ଭୂମିକା ଗ୍ରହଣ କରେ। ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦୁଃଖରୁ ମୁକ୍ତି ଦିଏ। ହେଲେ ଆପଣଙ୍କ ରୋଷେଇ ଘରେ ଥିବା ଏହି ଜିନିଷ ଆପଣଙ୍କ ଘରେ ଧନ ବର୍ଷା କରିବ।
ସବୁ ସମସ୍ୟା ଦୂର ହେବ: ଆପଣ ରାତିରେ ଶୋଇବା ସମୟରେ ତକିଆ ତଳେ ରସୁଣର ଏକ କୋଲା ରଖି ସୁଅନ୍ତୁ। ଯାହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ଏହା ଜୀବନରେ କେବଳ ଲାଭ ଆଣିଥାଏ।
ଏହା ବ୍ୟତୀତ ଏହାକୁ କୀଟ ପତଙ୍ଗ ଦୂର କରିବା ପାଇଁ ଏକ ଔଷଧ ଭାବରେ ମଧ୍ୟ ବିବେଚନା କରାଯାଏ। ଏହାର ବାସ୍ନା ମଶାମାନଙ୍କୁ ବ୍ୟତୀବ୍ୟସ୍ତ କରିଦିଏ। ଯାହାଦ୍ୱାରା ଆପଣଙ୍କ କାନ ପାଖରେ ଆଉ ମଶା ଗୁଣୁଗୁଣୁ ହେବାର ଶବ୍ଦ ହେବ ନାହିଁ।
ମିଳିବ ଏହି ଫାଇଦା: ଯଦି ରାତିରେ ଆପଣଙ୍କୁ ଦୁଃସ୍ୱପ୍ନ ଆସୁଛି, ତେବେ ତକିଆ ତଳେ ରସୁଣ ପାଖୁଡା ରଖି ଶୋଇବା ଉଚିତ୍। ଏହା ଖରାପ ସ୍ୱପ୍ନ ଦେଖିବାରୁ ବନ୍ଦ କରିବ। ଏପରି ପରିସ୍ଥିତିରେ, ଆପଣ ଭୟ ଅନୁଭବ କରିବେ ନାହିଁ ଏବଂ ଆପଣ ଶାନ୍ତିରେ ଶୋଇପାରିବେ।
ଏହାଛଡ଼ା ରସୁଣର ବାସ୍ନା ମନକୁ ଶାନ୍ତ କରିବାରେ ସାହାଯ୍ୟ କରେ। ଯାହା ଚାପ କମ କରେ ଏବଂ ନିଦ ସମସ୍ୟାରୁ ମୁକ୍ତି ଦିଏ। ତେଣୁ ରାତିରେ ଶୋଇବା ସମୟରେ ତକିଆ ତଳେ ରସୁଣ ପାଖୁଡା ରଖିବା ଲାଭଦାୟକ।