କେଜ୍ରିୱାଲଙ୍କ ଠୁମକାରେ ଥରିଲା ଷ୍ଟେଜ୍, ସାମି ଗୀତରେ କମାଲ ଡାନ୍ସ କଲେ ଆପ୍ ମୁଖ୍ୟ (Video)
ଭିଡିଓ ହେଉଛି ଭାଇରାଲ । କେଜ୍ରିୱାଲଙ୍କ ଡ୍ୟାନ୍ସ ମନମୋହିଲା ।
ନୂଆଦିଲ୍ଲୀ: ସୋସିଆଲ ମିଡିଆର କେଜ୍ରିୱାଲଙ୍କ ଭିଡିଓ ଛାଇଯାଇଛି । କୌଣସି ରାଲି ଅବା ଆନ୍ଦୋଳନର ନୁହେଁ । ବରଂ କେଜ୍ରିୱାଲଭ୍କ ନାଚର ଭିଡିଓ ଏବେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଭାଇରାଲ ହେବାରେ ଲାଗିଛି ।
କେଜ୍ରିୱାଲ ହିଟ୍ ଫିଲ୍ମ ପୁଷ୍ପା-୨ ଫିଲ୍ମର ସାମି ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି । ତେବେ ଲୋକମାନେ ପ୍ରଥମ ଥର କେଜ୍ରିୱାଲ ନାଚୁଥିବାର ଦେଖିଛନ୍ତି । ଏ ନେ ଆପ୍ ନେତାଙ୍କୁ ଲୋକେ ପ୍ରଶଂସା କରିବାକୁ ଭୁଲି ନାହାନ୍ତି ।
କେଜ୍ରିୱାଲ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ସହ ନାଚୁ ଥିବାର ଦେଖିବାକୁ ମିଳିଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ ସିଂ ମାନ ମଧ୍ୟ ନାଚୁ ଥିବାର ଦେଖିବାକୁ ମିଳିଛି । ମାନ ଭାଙ୍ଗଡ଼ା ନାଚୁଥିବାର ଦେଖିବାକୁ ମିଳିଛି ।
ସୂଚନା ମୁତାବକ କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କ ବାହାଘରର ଏ ଭିଡିଓ । ନିର୍ବାନ୍ଦ ଏବଂ ବାହାଘରର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ହର୍ଷିତା ତାଙ୍କ କଲେଜ ସାଙ୍ଗ ସମ୍ଭବ ଜୈନଙ୍କୁ ବିବାହ କରିଛନ୍ତି ।
ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଏହି ବାହାଘର ସମ୍ପାଦନ ହୋଇଥିବାବେଳେ ବହୁ ନେତା ଓ ବିଶିଷ୍ଠ ଲୋକ ସମାରୋହରେ ଯୋଗ ଦେଇଥିଲେ ।
*डांसिंग में*
गर्ल्स एफर्ट : 200%बॉयज एफर्ट : हीही हाथ खड़े करके थोड़ा सा इधर उधर घूम लेता हूं 🤣 pic.twitter.com/Ev3lVmWizr
— Raja Babu (@GaurangBhardwa1) April 19, 2025