ଥିରୁଭାନନ୍ତପୁରମ୍: କେରଳ ମଲପ୍ପୁରମ ଜିଲ୍ଲାରେ ଘଟିଯାଇଛି ବଡ଼ ଅଘଟଣ । ଫୁଟବଲ ଟୁର୍ନାମେଣ୍ଟ ସମୟରେ ବାଣ ଫୁଟାଯାଉଥିଲା । ଅନିୟନ୍ତ୍ରିତ ଭାବେ ବାଣ ଦର୍ଶକ ବସିଥିବା ଗ୍ୟାଲେରିରେ ଯାଇ ପଡ଼ିଥିଲା । ଯେଉଁଥିରେ ଏକାଧିକ ଦର୍ଶକ ଜଳିଯାଇଛନ୍ତି ।
ଖବର ମୁତାବକ ବାଣ ନିଆଁରେ ୩୦ ଦର୍ଶକ ଜଳିଯାଇଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏରିକୋଟରେ ଫୁଟବଲ ଟୁର୍ନାମେଣ୍ଟ ଅଦଜାପନୀ ଉତ୍ସବରେ ବାଣ ଫୁଟାଇବା ସମୟରେ ଏହି ବଡ଼ ଅଘଟଣ ଘଟିଥିବା ଜଣାପଡ଼ିଛି ।
ଟୁର୍ନାମେଣ୍ଟ ସରିବା ମାତ୍ରକେ ଉଦ୍ଜାପନୀ ଉତ୍ସବ ପାଇଁ ପଡ଼ିଆରେ ବାଣ ଫୁଟା ଆରମ୍ଭ ହୋଇଥିଲା । ଏହାପରେ ହଠାତ୍ ଜଳନ୍ତା ବାଣ ଆଗଧାଡ଼ିରେ ବସିଥିବା ଲୋକଙ୍କ ଆଡକୁ ଚାଲିଗଲା । ଆଖିପିଛୁଳାକେ ଲୋକ ଜଳିଗଲେ । ଆଉ କିଛି ଲୋକ ଜୀବନ ବିକଳରେ ଦୌଡ଼ୁଥିବାବେଳେ ଠେଲାପେଲାରେ ଆହତ ହୋଇଥିବା ଜଣାପଡ଼ିଛି ।